ଦୁର୍ଘଟଣାରେ କାର୍ ଚାଳକ ଗୁରୁତର
ସୋର : ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବାବେଳେ ଏକ ପାଖିଆ ରାସ୍ତା ପାଇଁ ଦହିସଡା ଛକ ନିକଟରେ କାର ସହ ଟ୍ରକ ମୁଁହାମୁହିଁ ଧକ୍କା ହେବା ଫଳରେ କାର ଚାଳକ ଗୁରୁତର ଆହତ ହୋଇଛନ୍ତି । ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋଲ୍ହ ଗ୍ରାମର ଜଗନ୍ନାଥ ବେହେରା (୨୭) ଓଡି ୩୩ଏଏସ ୨୨୪୯ ନମ୍ବର ବିଶିଷ୍ଟ କାରରେ ଅନ୍ୟ ଦୁଇ ଜଣଙ୍କୁ ନେଇ ବାଲେଶ୍ୱରରୁ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ଦହିସଡା ଛକ ନିକଟରେ ଏକ ଟ୍ରକକୁ ଓଭରଟେକ କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଓଡି ୦୧ ଏଇ ୭୩୫୩ ନମ୍ବର ବିଶିଷ୍ଟ ପାଉଁଶ ବୋଝେଇ ଡମ୍ପର ସହ ମୁଁହାମୁହିଁ ଧକ୍କା ହୋଇଥିଲା । ଫଳରେ କାର ଚାଳକ ଜଗନ୍ନାଥ ଗୁରୁତର ହୋଇଥିବାବେଳେ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଥିଲେ । ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଜଗନ୍ନାଥର ଅବସ୍ଥା ଅତି ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଗାଡି ଦୁଇଟିକୁ ଜବତ କରି ସୋର ଥାନାରେ ରଖିବା ସହିତ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।