କଂଗ୍ରେସ ପକ୍ଷରୁ ନିରଞ୍ଜନ ରଥଙ୍କ ସ୍ମୃତିସଭା
କଟକ : ବିଶିଷ୍ଟ ସମାଜସେବୀ, ବରିଷ୍ଠ ସାମ୍ବାଦିକ ସମାଜର ପ୍ରାକ୍ତନ ସଂପାଦକ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ସ୍ୱର୍ଗତ ନିରଞ୍ଜନ ରଥଙ୍କ ଉଦେ୍ଦଶ୍ୟରେ ସ୍ଥାନୀୟ ଶକ୍ତିନଗର କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ ବରିଷ୍ଠ ଉପସଭାପତି ଶିଶିର ରଥଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ରଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସ୍ୱର୍ଗତ ରଥଙ୍କ ବହୁମୁଖୀ ପ୍ରତିଭା ଏବଂ ସମାଜରେ ତାଙ୍କର ବିଶେଷ ଅବଦାନ ସଂପର୍କରେ ବକ୍ତାମାନେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟାମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପସଭାପତି ରାଜେଶ ସ୍ୱାଇଁ, ମନୋଜ ବିଶ୍ୱାଳ, ମାନସ ପରିଡ଼ା, ରାମଚନ୍ଦ୍ର ଗୋଚ୍ଛାୟତ, ନିର୍ମଳ ସ୍ୱାଇଁ, ଜୟ ନାରାୟଣ ତି୍ରପାଠୀ, ବିପିନ ପଶାୟତ, ବିପ୍ଳବ ଶିଳାଦିତ୍ୟ, ଆଶୁତୋଷ ରାଉତ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।