୨୦୦୦ ମାଟ୍ରିକ୍ ବ୍ୟାଚ୍ ବନ୍ଧୁମିଳନ
ପଟ୍ଟାମୁଣ୍ଡାଇ : ସ୍କୁଲ ଜୀବନର ସ୍ମୃତି ଚୀର ଅଭୁଲା ବୋଲି ପଟ୍ଟାମୁଣ୍ଡାଇ ବ୍ଲକ ଅମୃତମଣୋହି ପଂଚାୟତ ସିଦ୍ଧବାଲି ଏସ୍କେ ହାଇସ୍କୁଲ ୨୦୦୦ ମାଟ୍ରିକ ବ୍ୟାଚ୍ ବନ୍ଧୁମିଳନ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ପ୍ରକାଶ କରିଛନ୍ତି । ଏହା ସହିତ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଏହି ମହାନ ଶିକ୍ଷାନୁଷ୍ଠାନ ବିକାଶ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ପୁରାତନ ଛାତ୍ର ହରି ନାଥ ଦାସଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ପ୍ରଧାନଶିକ୍ଷକ ଅଶୋକ ଦାସ, ପ୍ରାକ୍ତନ ସହକାରୀ ଶିକ୍ଷକ ରବୀନ୍ଦ୍ର ପାତ୍ର, ଦିଲ୍ଲୀପ ଖଣ୍ଡାୟୀ ପ୍ରେମାନନ୍ଦ ଦାଶ, ଦିଲ୍ଲୀପ ପରିଡା, ସତ୍ୟାନନ୍ଦ ବିଶ୍ୱାଳ ଓ ଦୟାନିଧି ନାୟକ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ପୁରାତନ ଛାତ୍ର କମଳାକାନ୍ତ ଦାସ, ସଞ୍ଜୟ ତରାଇ, ହରି ନାଥ ଦାସ, ହିମାଂଶୁ ସାହୁ, ଦିପ୍ତିମୟୀ ସ୍ୱାଇଁ, ସୁଶାନ୍ତ ଦାସ, ସୁଭାଶିଷ ଦାଶ, ନିହାର ରଞ୍ଜନ ସାମଲ ପ୍ରମୁଖ ସ୍କୁଲ ଜୀବନ ସ୍ମୃତିଚାରଣ କରିବା ସହିତ ଏହି ମହାନ ଶିକ୍ଷାନୁଷ୍ଠାନ ବିକାଶ ପାଇଁ ଶପଥ ନେଇଥିଲେ । ପ୍ରାକ୍ତନ ପ୍ରଧାନଶିକ୍ଷକ ଅଶୋକ ଦାସ, ପ୍ରାକ୍ତନ ସହକାରୀ ଶିକ୍ଷକ ରବୀନ୍ଦ୍ର ପାତ୍ର, ଦିଲ୍ଲୀପ ଖଣ୍ଡାୟୀ, ପ୍ରେମାନନ୍ଦ ଦାଶ, ଦିଲ୍ଲୀପ ପରିଡା, ସତ୍ୟାନନ୍ଦ ବିଶ୍ୱାଳ ଓ ଦୟାନିଧି ନାୟକଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅର୍ଜୁନ ପାତ୍ର, ସନାତନ ତରାଇ, ମାଗୁଣି ବାରିକ ଓ ତୌରୀ ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାରଥିଲା । ଏହାଛଡା ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଅଶୋକ କୁମାର ସାହୁ ( ସ୍ୱାସ୍ଥ୍ୟସେବା ), ଅମୃତମଣୋହି ଗ୍ରାମର ନିରାକାର ସେଠୀ ( ଡାକସେବା ) ଓ ନଦୀ ପାର କରିବାରେ ସହାୟତା କରୁଥିବା ନାଉରି ଶିଶିର କୁମାର ତରାଇଙ୍କୁ ସମ୍ବର୍ଦ୍ଧିତ କରାଯଇଥିଲା ଓ ଶେଷରେ କମଳାକାନ୍ତ ଦାସ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରକାଶ କୁମାର ଧଳ,ନିହାର ରଞ୍ଜନ ବେହୁରା,ବିଶ୍ୱଜିତ ଧଳ, ଚନ୍ଦ୍ରଶେଖର ମହାନ୍ତି, ସରୋଜ କାନ୍ତ ପାତ୍ର, ସୌଭାଗ୍ୟ ରଞ୍ଜନ ପରିଡା ପ୍ରମୁଖ ପରିଚାଳନା କରିଥିଲେ ।