ଦୁର୍ଘଟଣାରେ ଜଳିଗଲା ଟ୍ରକ୍, ଜଣେ ମୃତ
ତାଳଚେର: ଏକ ଦ୍ରୁତଗାମୀ ଟ୍ରକ ଜାତୀୟ ରାଜପଥ ତାଳଚେର ଟାଉନ ଥାନା ଅନ୍ତର୍ଗତ ବହ୍ଲର ଛକ ଦେଇ ଯାଉଥିବା ବେଳେ କୌଣସି କାରଣରୁ ଡିଭାଇଡର୍ରେ ପିଟି ହୋଇଥିଲା । ଏହାପରେ ଟ୍ରକଟି ହଠାତ୍ ହୁହୁ ହୋଇ ନିଆଁ ଲାଗିବା ଆରମ୍ଭ ହୋଇଥିଲା । ଫଳରେ ଉଭୟପାଶ୍ୱର୍ରେ ଯାନାବହାନ ଚଳାଚଳ ବନ୍ଦ ହୋଇଥିଲା । ଗାଡିର ଚାଳକ ଅନୁଗୋଳ ଜିଲ୍ଳା ବହ୍ଲାସିଂହା ଗ୍ରାମର ସୁମନ୍ତ ସାହୁ ଗାଡି ଭିତରେ ଚାପି ହୋଇ ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିଲେ । ଗାଡି ଭିତରୁ ଚିକôାର କରିଥିଲେ ହେଁ ଆଉ ବାହାରି ପାରିନଥିଲେ । ଏହି ଘଟଣା ଜାଣିବାପରେ ସ୍ଥାନୀୟ ପୁଲିସ ସେଠାରେ ପଂହଚି ଅଂଚଳବାସୀଙ୍କ ସହାୟତାରେ ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ତାଳଚେର ମଣ୍ଡାପାଳ ଡାକ୍ତଖାନାକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।