୫ ଲୁଟେରାକୁ ଧରିଲା ଅନୁଗୁଳ ପୁଲିସ  : ୭୦ ହଜାର ଟଙ୍କା, ଖେଳନା ବନ୍ଧୁକ, ଛୁରି, ମୋବାଇଲ, ବାଇକ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ

 ଅନୁଗୁଳ:  ଅନୁଗୁଳ ଜିଲ୍ଲାକୁ ଅପରାଧ ମୁକ୍ତ କରିବା ପାଇଁ ଅନୁଗୁଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଆଉ ପୁଲିସ ଅଫିସର ।ନଙ୍କ ଅକ୍ଲାନ୍ତ ପ୍ରଚେଷ୍ଟା ଯୋଗୁଁ ୨ ମାସ ତଳେ ୫ଲକ୍ଷ ଟଙ୍କା ସହ ମୋବାଇଲ୍ ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ଅନୁଗୁଳ ପୁଲିସ । ଆଉ ଏହି ଘଟଣାରେ ସଂପୃକ୍ତ ୫ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 
ସୂଚନା ଯେ ନାଲକୋ ଆଦର୍ଶ ଥାନା ଅନ୍ତର୍ଗତ କୁଲାଡ଼ ହିନ୍ଦୁସ୍ତାନ ପେଟ୍ରୋଲ ଟାଙ୍କି ସମ୍ମୁଖରେ ଥିବା ଏକ ଫ୍ଲିପ୍ କାର୍ଡ ହବରୁ ରାତିରେ ମ୍ୟାନେଜରଙ୍କୁ ଧମକାଇ ନଗଦ ୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଏବଂ ମୋବାଇଲ ଲୁଟ ହେବା ନେଇ ଶ୍ରୀକାନ୍ତ ବେହେରା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିଦେ୍ର୍ଦଶକ୍ରମେ ନାଲକୋ ଥାନା ଅଧିକାରୀ ପ୍ରଦୀପ କୁମାର ମହନ୍ତଙ୍କ ତତ୍ୱାବଧାନରେ ତଦନ୍ତକାରୀ ଅଧିକାରୀ ଗଙ୍ଗାଧର ବେହେରା, ସ୍ୱତନ୍ତ୍ର ସ୍କ୍ୱାର୍ଡ, ସାଇବର ଟିମ୍, ଟେକ୍ନିକାଲ ଗ୍ରୁପ ଗଠନ କରାଯାଇ ଘଟଣାରେ ସଂପୃକ୍ତ ୫ ଜଣ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଏହି ହବରେ ଚାକିରୀ କରିଥିବା ମାଷ୍ଟର ମାଇଣ୍ଡ ସୁପରଭାଇଜର ଢେଙ୍କାନାଳ ଜିଲ୍ଲା ଗୁଣ୍ଡିଚାପଡା ଥାନା କାଣ୍ଡବିନ୍ଧା ଗ୍ରାମର ଅଭିଯୁକ୍ତ ରାଜେଶ ପରିଡାକୁ ପ୍ରଥମେ ପୋଲିସ ଧରିବା ସହ ନଗଦ ୩୦ ହଜାର ଟଙ୍କା ଜବତ କରିଥିଲା । ତଦନ୍ତ ବେଳେ ଗୋଟିଏ ପରେ ଗୋଟିଏ ଲୁଟରାଙ୍କ ପତ୍ତା ପାଇଥିଲା ପୁଲିସ । ପୁଣି କଣ୍ଟାବଣିଆ ଥାନା କମଳାଙ୍ଗ ଗ୍ରାମର ମହାଜ୍ୟୋତି ନାଏକ ଠାରୁ ନଗଦ ୪୦ ହଜାର ଟଙ୍କା ଜବତ ସହ ଗୋଟିଏ ବାଇକ, ବ୍ୟବହୃତ ମୋବାଇଲ, ଗୋଟିଏ ଲାଇଟର ବନ୍ଧୁକ, ଗୋଟିଏ ଲୁହାର ପଞ୍ଚ ଜବତ କରିବା ସହ ଅନ୍ୟତମ ଅଭିଯୁକ୍ତ କଣ୍ଟାବଣିଆ ଥାନା କମଳାଙ୍ଗ ଗ୍ରାମର ରାଜେନ୍ଦ୍ର ନାଏକ ଠାରୁ ଏକ ହେଲମେଣ୍ଟ ଓ ମଟର ସାଇକେଲ ଜବତ କରିଛି ପୁଲିସ । ଏନେଇ ଘଟଣା ସମ୍ପର୍କରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।