ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ ଦାବିରେ ଦାବିପତ୍ର
ତାଳଚେର : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରାଯିବା ଓ ସାମ୍ବାଦିକ ଆଇନ୍ ଲାଗୁ କରାଯିବା ଦାବି ନେଇ ତାଳଚେରର କାର୍ଯ୍ୟରତ ସାମ୍ବାଦିକ ସମୁହ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ପ୍ରଥମେ ସାମ୍ବାଦିକମାନେ ତାଳଚେର ସହର ପରିକ୍ରମା କରିବା ସହିତ ଏକ ଶୋଭାଯାତ୍ରାରେ ଆସି କାର୍ଯ୍ୟାଳୟ ପରିସରରେ ନାରାବାଜି କରିବା ସହିତ କିପରି ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକାଯାଇ ପାରିବ ସେ ନେଇ ଆଲୋଚନା କରିଥିଲେ । ତେବେ କିଛିଦିନ ତଳେ ଟିଟିଲାଗଡ ଠାରେ କାର୍ଯ୍ୟରତ କିଛି ସାମ୍ବାଦିକଙ୍କୁ ବିଦୁ୍ୟତ୍ ବିଭାଗର ସହକାରୀ ଯନ୍ତ୍ରୀ ମାଡ ମାରିବା କାର୍ଯ୍ୟକୁ ନିନ୍ଦା କରିବା ସହିତ ଖୁବ୍ଶୀଘ୍ର ସାମ୍ବାଦିକମାନଙ୍କ ଉଦେ୍ଦଶ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରାଯିବା ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ତେବେ ବିଗତ ଦିନମାନଙ୍କରେ ଜଣେ ସାମ୍ବାଦିକ ସତ ଖବର ପାଇଁ ଯିବାବେଳେ ବିଭିନ୍ନ ଆକ୍ରୋସର ଶିକାର ହେଉଛନ୍ତି । ପୂର୍ବ ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଗୁରୁତ୍ୱ ଦେଇନଥିଲେ । ଆଗରୁ ସାମ୍ବାଦିକମାନଙ୍କ କଣ୍ଠରୁଦ୍ଧ କରିବାକୁ ବହୁବାର ପ୍ରୟାସ ହେଉଛି । ନୂତନ ସରକାର ସମୟରେ ସାମ୍ବାଦିକମାନଙ୍କୁ ଉଚିତ୍ ସମ୍ମାନ ଦେବା ପରେ ମଧ୍ୟ କିଛି ସରକାରୀ କର୍ମଚାରୀ ସାମ୍ବାଦିକଙ୍କୁ ମାଡ ମାରିବାକୁ ପଛାଉ ନାହାନ୍ତି । ଆଗାମୀ ଦିନରେ କିପରି ସାମ୍ବାଦିକ ସୁରକ୍ଷା ମିଳିବ ସେଥିପାଇଁ ସାମ୍ବାଦିକ ସୁରକ୍ଷା ଆଇନ୍ ଆଣିବାକୁ ସରକାରଙ୍କ ପାଖରେ ଦାବି ରଖାଯାଇଛି । ଆଜିର ଏହି ଦାବିପତ୍ର ପ୍ରଦାନ ବେଳେ ବିରଜା ଶଙ୍କର ମିଶ୍ର, ରବିନ୍ଦ୍ରନାଥ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।