ଆଜିଠୁ ଖୋଲିଲା ଭିତରକନିକା
ରାଜନଗର : ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କୁଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷର କୁମ୍ଭୀର ଗଣନା ଶେଷ ହୋଇଛି। ମୋଟ ୧୮୨୬ଟି କୁମ୍ଭୀର ଥିବା ଜଣାପଡ଼ିଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ କୁମ୍ଭୀର ସଂଖ୍ୟାରେ ୧୫ଟି ବୃଦ୍ଧି ଘଟିଛି। ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ରେଞ୍ଜରେ କୁମ୍ଭୀର ଗଣନା କରାଯାଇଥିଲା। ଜାତୀୟ ଉଦ୍ୟାନ ତଥା ରାଜନଗର ବନଖଣ୍ଡରେ ଥିବା ୬୧ଟି ନଦୀ, ନାଳ ଓ ମୁହାଁଣରେ ୨୨ଟି ଦଳ ଜାନୁୟାରୀ ୧୯ରୁ ୨୨ ତାରିଖ ପର୍ୟ୍ୟନ୍ତ କୁମ୍ଭୀର ଗଣନା କରିଥିଲେ। କୁମ୍ଭୀର ଗଣନାକୁ ଦୃଷ୍ଟିରେ ରଖି ପର୍ୟ୍ୟଟକଙ୍କ ପାଇଁ ଜାନୁୟାରୀ ୧୪ରୁ ୨୨ ତାରିଖ ପର୍ୟ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ କରାଯାଇଥିଲା। ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ, ବିଶିଷ୍ଟ ପ୍ରାଣୀବିଜ୍ଞାନୀ ତଥା କୁମ୍ଭୀର ବିଶାରଦ ଡଃ ସୁଧାକର କର ଓ ପ୍ରାଣୀ ବିଜ୍ଞାନୀ ଡ. ଶିବପ୍ରସାଦ ପରିଡ଼ା, ଡିସିଏଫ ସମ୍ୟକ ସାମନ୍ତରା, ଏସିଏଫ ପୁନମହୀରା ହାଂସଦା, ଗଗନବିହାରୀ ମଲ୍ଲିକ ଓ ମାନସକୁମାର ଦାସ, ରାଜନଗର ରେଞ୍ଜ ଅଫିସର ଚିତ୍ତରଞ୍ଜନ ବେଉରା, ମହାକାଳପଡ଼ା ରେଞ୍ଜ ଅଫିସର ଶାନ୍ତନୁକୁମାର ଦଳାଇ ପ୍ରମୁଖଙ୍କ ତତ୍ତ୍ବାବଧାନରେ କୁମ୍ଭୀର ଗଣନା କରାଯାଇଥିଲା। ଚଳିତବର୍ଷ ହାଚେଲିଂ ୫୮୫, ୟାର୍ଲେଲିଂ ୪୦୩, ଜୁଭେନାଇଲ ୩୨୮, ସବଆଡଲ୍ଟ୧୬୪, ଆଡଲ୍ଟ ୩୪୬ଟି କୁମ୍ଭୀର ଥିବା ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।