ରାମେଶ୍ୱରମ ଗ୍ରୁପର ବନ୍ଧୁମିଳନ
ବାଲିପାଟଣା: ରାମେଶ୍ୱରମ ଗ୍ରୁପର ବାର୍ଷିକ ବନ୍ଧୁ ମିଳନ ବାଲିପାଟଣା ସ୍ଥିତ ଶିଶୁଅନନ୍ତ ପୀଠ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସହପାଠୀମାନେ ପୁରୁଣା ସ୍ମୃତିକୁ ମନେ ପକାଇବା ସହିତ ଆତ୍ମିୟତା ପରିବେଶ ସୃଷ୍ଟି କରିଥିଲେ । ବିଗତ ୨୦ ବର୍ଷର ଅନୁଭୁତିକୁ ନେଇ ବନ୍ଧୁମାନଙ୍କର ସ୍ମୃତି ଜାଗରିତ ହୋଇଥିଲା । ବିଦେଶରୁ ଆସିଥିବା ବହୁତ ବନ୍ଧୁ ଏଥିରେ ଯୋଗ ଦେଇଥିଲେ । ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ବେଶ ଉପଭୋଗ ହୋଇଥିଲା । ଏହାସହିତ ସମାଜ ସେବା ପାଇଁ ନିଆଯାଇଥିବା କାର୍ଯ୍ୟକ୍ରମଗୁଡିକର ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ୍ ନିମନ୍ତେ ପଦକ୍ଷେପ ନେବାକୁ ସମସ୍ତେ ସହମତ ହୋଇଥିଲେ । ଅନ୍ୟମାନଙ୍କ ଭିତରେ ବାସୁଦେବ ସାହୁ, ଅଜିତ ମିଶ୍ର, ଅରିଜିତ ସାହୁ, ଶ୍ରୀତମ ରାୟ, ସୌରଭ ସାଇରଜ, ପ୍ରଦୁ୍ୟମ୍ନ କୁମାର ମହାନ୍ତି, ସମ୍ବିତ ଦାସ ଓ ଅଭିନୟ ଆଦିତ୍ୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।