ଦୁର୍ଘଟଣାରୁ ଗାଡି ଚଳାଚଳ ଠପ୍ 

 ପାଣିକୋଇଲି : ସୋମବାର ଭୋର ସମୟରେ୧୬ ନମ୍ବର ଜାତୀୟ ରାଜପଥର ସାହାପୁରସ୍ଥ ଖରସ୍ରୋତା ବ୍ରିଜ ଉପରେଡମ୍ପର ପଛରେ ଏକ କଂଟେନର ଧକ୍କା ହେବାରୁ ରାଜପଥରେ ଗାଡ଼ିଚଳାଚଳ ଦୀର୍ଘ ସମୟ ପାଇଁ ଠପ୍ ହୋଇଯାଇଥିଲା । ଭୋରୁ କୁଆଖିଆ ପଟୁ ଖରସ୍ରୋତା ବି୍ରଜ ଉପରେ ଓଆର୦୪-୦୬୭୫ ନଂ ଡ଼ମ୍ଫର ଆସୁଥିବା ବେଳେ ହଠାତ୍ ଖରାପ ହେବାରୁ ଚାଳକ ଗାଡିଟିକୁ ସେଠାରେ ରଖିଥିଲା । ପଛପଟୁ ଏକ ଏନଏଲ୦୧ଏଡି-୬୭୮୮ ନଂ ଏକ କଂଟେନର ଆସି ଡମ୍ପର ପଛରୁ ଧକ୍କା ଦେଇଥିଲା । ଫଳରେ ଡମ୍ପରି ଗୋଟିଏ ପଟେ ବିଜ ୱାଲକୁ ଲାଗିଯାଇଥିବା ବେଳେ କଂଟେନରଟି କ୍ଷତିଗ୍ରସ୍ଥ ହୋଇ ବ୍ରିଜର ଅପରପାଶ୍ୱର୍ରେ ଲାଗିଯାଇଥିଲା । ଫଳରେ ଉକ୍ତ ବ୍ରିଜ ଦେଇ ବାଇକ ଯିବା ବି ସମ୍ଭବ ହୋଇନଥିଲା । ଯାହା ଦ୍ୱାରା ରାଜପଥର ଦକ୍ଷିଣ ପାଶ୍ୱର୍ ରାସ୍ତାଟି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଖବର ପାଇ ପାଣିକୋଇଲି ପୁଲିସ ଘଟଣାସ୍ଥଳେ ପହଞ୍ଚି ଖଣ୍ଡିତର ଡାଇଭରସନରୁ ଗାଡି ଅଟକାଇ ବାମ ପାଶ୍ୱର୍ ରାଜପଥରେ ଗାଡି ଚଳାଚଳ କରାଇଥିଲା । ପରେ ଗାଡି ଦୁଇଟିକୁ ବ୍ରିଜରୁ ବାହାର କରି ଆଣିବା ସହ ଗାଡି ଚଳାଚଳ ସ୍ୱାଭାବିକ କରାଇଥିବା ବେଳେ ଏନେଇ ତଦନ୍ତ ଜାରିରଖିଛି ।