ଦୁର୍ନୀତି ଅଭିମୁଖେ ଜିଲ୍ଲାପ୍ରଶାସନର ଶୂନ ସହନଶୀଳତା ନୀତ

 ଢେଙ୍କାନାଳ : ଆଜି ପୂର୍ବାହ୍ନରେ ଢେଙ୍କାନାଳ ଶାସନ ଛକ ସ୍ଥିତ ଶ୍ରୀ କ୍ରିଷ୍ଣା ଅଲଟ୍ରାସାଉଣ୍ଡ ସେଣ୍ଟରରେ ରାଜ୍ୟ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଚଢ଼ାଉ କରିଛନ୍ତି  । ନକଲି କାଗଜ ପତ୍ର  ବଳରେ ଅଲଟ୍ରାସାଉଣ୍ଡ ଚାଲିଥିବା ଅଭିଯୋଗ ହୋଇଆସୁଥିଲା । ସବୁ କାଗଜÿ ପତ୍ର ଯାଞ୍ଚ କରିବା ବେଳେ ଏହା ଜଣାପଡିଛି ଯେ, ଉକ୍ତ କ୍ଲିନିକରେ ଅଲଟ୍ରାସାଉଣ୍ଡ ପରୀକ୍ଷା କରିବା ପାଇଁ ଡ଼ଃ ଦୁଃଶାସନ ମୁଦୁଲିଙ୍କୁ ଅନୁମତି ଦିଆଯାଇଥିଲା  । ମାତ୍ର କ୍ଲିନିକ କର୍ତ୍ତୃପକ୍ଷ ଡ଼ଃ ମୁଦୁଲିଙ୍କ ଦସ୍ତଖତ ଥିବା ଖାଲି ପ୍ରେସକ୍ରିପସନ ଫର୍ମାଟ ବ୍ୟବହାର କରି କ୍ଲିନିକରେ ଅଲଟ୍ରାସାଉଣ୍ଡ କରାଯାଉଥିଲା  । ଏଥିସହିତ ବିନା ଅନୁମତିରେ ଡ଼ଃ ବିଶ୍ୱ ରଞ୍ଜନ ମହାନ୍ତି ଏଠାରେ ଅଲଟ୍ରାସାଉଣ୍ଡ କରୁଥିବାର ତଦନ୍ତରୁ ଜଣାପଡିଛି । ପିସିପିଏନଡିଟି ନିୟମର ଉଲ୍ଲଘଂନ ଓ ଦୁରୂପଯୋଗ କରିଥିବାର ପ୍ରମାଣ ମିଳିଥିବାର ଉକ୍ତ କ୍ଲିନିକରେ ଥିବା ଗୋଟେ ଅଲଟ୍ରାସାଉଣ୍ଡ ମେସିନ ଓ ସମ୍ପୃକ୍ତ ନଥିପତ୍ରକୁ ଚଢ଼ାଉକାରୀ ଦଳ ଜବତ କରିଛି ।
ଏହି ଚଢ଼ାଉରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିଦେ୍ର୍ଦଶକଙ୍କ ନିଦେ୍ର୍ଦଶ କ୍ରମେ ଓ ଡେପୁଟି କଲେକ୍ଟର ଅଶ୍ୱିନୀ ଦାଶଙ୍କ ସମେତ ଏକ ଟିମରେ ରାଜ୍ୟ ତରଫରୁ ଡ଼ଃ ପ୍ରତିଭା ପ୍ରଧାନ, ଆଇନ ପରାମର୍ଶ ଦାତା ମନୋରଞ୍ଜନ ପ୍ରଧାନ, ଡ଼ଃ ଶ୍ରାବଣୀ ଦାସ, ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ନୀଳମଣି ଦିଲ୍ଲୀପ ଚାନ୍ଦ ବେହେରା, ମେଡିକାଲର ପ୍ରଶାସନିକ ଅଧିକାରୀ ଅଳକାରାଣୀ ଦେବତା ଓ ପିସିପିଏନଡିଟି ର ସହାପରିଚାଳ ନିରୋଜ କୁମାର ପ୍ରଧାନ ସାମିଲ ଥିଲେ ।