‘ଏକ ଦେଶ ଏକ ନିର୍ବାଚନ’ ଆଲୋଚନାଚକ୍ର
ବିଶୋଇ : ସାରସକଣା ନିର୍ବାଚନ ମଣ୍ଡଳୀର ବିଶୋଇ ବ୍ଲକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ "ଏକ ଦେଶ ଏକ ନିର୍ବାଚନ’ ସନ୍ଧର୍ଭରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ସାରସକଣା ବିଧାୟକ ଭାଦଭ ହାଁସଦା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପାତଞ୍ଜଳି କର ଶର୍ମା ଯୋଗ ଦେଇ ଏକ ଦେଶ ଏକ ନିର୍ବାଚନ ଦ୍ୱାରା ଦେଶର ଅନାବଶ୍ୟକ ନିର୍ବାଚନ ଖର୍ଚ୍ଚ କାଟ ହେବା ସହ ଦେଶରେ ଏକ ସ୍ଥିର ସରକାର ଗଠନ ହୋଇପାରିବା ତଥା ମଧ୍ୟବର୍ତ୍ତୀ ନିର୍ବାଚନକୁ ରୋକିବା ଦିଗରେ ସହାୟକ ହେବ ବୋଲି ମତ ପ୍ରକାଶ କରିବା ସହ ଉପସ୍ଥିତ ଲୋକଙ୍କ ମତାମତ ଲୋଡିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା, ଛାତ୍ର ସଂଗଠନ, ଯୁବ ସଂଗଠନ, ବୁଦ୍ଧିଜୀବୀ ତଥା ବିଶୋଇ ମଣ୍ଡଳ ସଭାପତି ବନମାଳୀ ଗିରି, ମଣଦା ମଣ୍ଡଳ ସଭାପତି ପ୍ରଭାତ ରଂଜନ ଗିରି, ସାରସକଣା ମଣ୍ଡଳ ସଭାପତି ପ୍ରବୀର ମହାନ୍ତ, ଝାରପୋଖରିଆ ମଣ୍ଡଳ ସଭାପତି ରାଜେନ୍ଦ୍ର ବିନ୍ଧାଣି, ବରିଷ୍ଠ ବିଜେପି ନେତା ପତଞ୍ଜଳି ନନ୍ଦ, ଯୁବ ମୋର୍ଚ୍ଚା ସଭାପତି ଆଲୋକ ରଂଜନ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ କୁମାର ମହାନ୍ତ, ପୂର୍ବତନ ମଣ୍ଡଳ ସଭାପତି ଉମାକାନ୍ତ ନନ୍ଦ, ଆନନ୍ଦ କୁମାର ରାମ ପ୍ରମୁଖ ଯୋଗ ଦେଇଥିଲେ ।