ଦୋକାନ ଚୋରି, ଥାନାରେ ଅଭିଯୋଗ
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ଲେତେର ପଞ୍ଚାୟତ ବାଗମୁଣ୍ଡା ଗ୍ରାମରେ ଥିବା ଆୟୁର୍ବେଦିକ ଦୋକାନ ଘର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ଦୋକାନ ମାଲିକ ହେଉଛି ମହାଳିଙ୍ଗ ଗ୍ରାମର ଘନଶ୍ୟାମ ଅଗ୍ରୱାଲ । ସେ ଦୀର୍ଘଦିନ ଧରି ବାଗମୁଣ୍ଡା ଗ୍ରାମରେ ଆୟୁର୍ବେଦିକ ଦୋକାନ କରି ଆସୁଥିଲେ ହେଲେ କିଛିଦିନ ତଳେ ଦୁର୍ବୁତ୍ତମାନେ ଉକ୍ତ ଦୋକାନଟି ଚୋରି କରିଥବାବେଳେ ବର୍ତ୍ତମାନ ମଧ୍ୟ ଚୋରି ହୋଇଥିବା ନେଇ କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଦୋକାନ ମାଲିକ ପକ୍ଷରୁ କୁହାଯାଇଛି । ଏପର୍ଯ୍ୟନ୍ତ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ଅଶନ୍ତୋଷ ପ୍ରକାଶ ପାଇଛି । ଚୋରି ଘଟଣା ବଢୁଥିବା ଯୋଗୁଁ ପୋଲିସ ଦୃଢ଼ ପଦକ୍ଷେପ ନେବା ପାଇଁ ଦୁକାନ ମାଲିକଙ୍କ ସହ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।