ପିଏମ ଶ୍ରୀ ମହତାବ ସ୍କୁଲରେ ପ୍ରବେଶ ଉତ୍ସବ 

 ଚମ୍ପୁଆ: ନୂତନ ଜାତୀୟ ଶିକ୍ଷାନିତୀ ଅନୁଯାୟୀ ଶିଶୁ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦେ୍ଦଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ଶିକ୍ଷା ବର୍ଷରେ ଲାଗୁ କରାଯାଇଛି ନୂତନ ଶିକ୍ଷାନୀତି । ଏହି ଅବସରରେ ପିଏମ ଶ୍ରୀ ମହତାବ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ପ୍ରବେଶ ଉସôବରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ଗୁଇଁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା ଯୋଗଦେଇଥିବା ବେଳେ ସମ୍ମାନୀତି ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପାତି ଏମ.ଡି ଅର୍ଶଦ ପ୍ରମୁଖ ଉପସ୍ଥିତ ଥିଲେ । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରବେଶ ଉତ୍ସବର ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ମୁଖ୍ୟଅତିଥି ଶ୍ରୀ ପରିଡା ବିକଶିତ ଓଡିଶା ଗଠନ ନିମନ୍ତେ ସମସ୍ତେ ମିଳିମିଶି କାମ କରିବାକୁ ପରାମର୍ଶ ଦେଇଥିଲେ । ପିଲାମାନଙ୍କୁ ସଶକ୍ତ, ଆଧୂନିକ ଓ ସେମାନଙ୍କୁ ଆତ୍ମ ନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବା ଜାତୀୟ ଶିକ୍ଷାନିତିର ଲକ୍ଷ୍ୟ ବୋଲି ସମ୍ମାନୀତ ଅତିଥି ଶ୍ରୀ ସାହୁ ମତ ପ୍ରଦାନ କରିଥିଲେ । ବିଦ୍ୟାଳୟର ଷଷ୍ଠ, ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କ ଉଦେ୍ଦଶ୍ୟରେ ଏହି ଉସôବ ଅନୁଷ୍ଠିତ ହୋଇଥିଲା । ଅତିଥି ଦ୍ୱୟ ପ୍ରବେଶ ଉସôବର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ବିଷୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଅଭିଭାବିକାଗଣକୁ ସୂଚନା ଦେଇଥିଲେ । ଶେଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୁଇଁ ଧନ୍ୟବାଦ ଅର୍ପଣ କରିଥିଲେ ।