ଦୁର୍ଯେ୍ୟାଧନ ବିଜେପି ରାଷ୍ଟ୍ରୀୟ ପରିଷଦ ସଭ୍ୟ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ପୂର୍ବତନ ସଭାପତି, ରାଜ୍ୟ କୃଷକ ମୋର୍ଚ୍ଚାର ପୂର୍ବତନ ଉପସଭାପତି, ରାଜ୍ୟ କୋ-ଅପରେଟିଭି ସେଲର ପୂର୍ବତନ ଉପସଭାପତି ତଥା ଚାରି ଚାରି ଥର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଦୁର୍ଯେ୍ୟାଧନ ସାହୁଙ୍କୁ ବିଜେପି ରାଷ୍ଟ୍ରୀୟ ପରିଷଦ ସଭ୍ୟ ରୂପେ ନିଯୁକ୍ତି ମିଳିଛି । ତାଙ୍କର ଏହି ନୂତନ ନିଯୁକ୍ତି ଫଳରେ ଶ୍ରୀ ସାହୁ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା, ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ଓ ବରିଷ୍ଠ ବିଜେପି ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।