ଆଦର୍ଶ ଥାନାରେ ମିଶିଲା ଡିହାପଡ଼ା : ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କୁ କୃତଜ୍ଞତା
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଓ ପଟ୍ଟାମୁଣ୍ଡାଇ ବ୍ଲକର ନରସିଂହପୁର ଓ ଡିହାପଡା ପଞ୍ଚାୟତବାସୀଙ୍କ ଦାବିକୁ ସମ୍ମାନ ଦେଇ ରାଜ୍ୟ ସରକାର ନରସିଂହପୁର ଓ ଡିହାପଡା ପଞ୍ଚାୟତକୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରୁ ବାଦ ଦେଇ ପୂର୍ବପରି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ସାମିଲ କରିବା ପାଇଁ ନିଦେ୍ର୍ଦଶନାମା ଜାରି କରିଥିବାରୁ ଉଭୟ ପଞ୍ଚାୟତରେ ଖୁସିର ଲହରୀ ଖେଳିଯାଇଛି । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୁଲିସ ଡିଜି ୱାବି ଖୁରାନିଆ, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କେନ୍ଦ୍ରାପଡ଼ା ଏସ ପି ସିଦ୍ଧାର୍ଥ କଟାରିଆଙ୍କୁ ପତ୍ର ଲେଖି ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଏଥି ପାଇଁ ନରସିଂହପୁର ସରପଞ୍ଚ ଦୀପ୍ତିମୟୀ ପରିଡା, ଗିରିଜାଶଙ୍କର ସାମଲ, ସୁଶୀଲ ପରିଡା ଓ ପରେଶ ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।