ଦାଦନ ଖଟିବାକୁ ଯାଇ ଶ୍ରମିକ ମୃତ  ଅର୍ଥ ଅଭାବରୁ ଆସିପାରୁନି ମୃତଦେହ

 କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଦାଦନ ଦୁଃଖ ଦିନକୁ ଦିନ ବଢିବାରେ ଲାଗିଛି । ତେଲକୋଇ ବ୍ଲକ ସଲେଇକେନା ପଂଚାୟତ ଡିମିରିଆ ଗ୍ରାମରେ ଜଣେ ଯୁବକ କାମ କରିବାକୁ ଆନ୍ଧ୍ରପ୍ରଦେଶ ଯାଇ ସଡକ ଦୁର୍ଘଟଣାରେ ମୃତୁ୍ୟବରଣ କରିଛନ୍ତି । ମୃତ ଯୁବକଙ୍କ ନାମ କୁଶଧର କିସାନ(୪୦) ବୋଲି । ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟୱାଡା  ଯାଇଥିବାବେଳେ, ୧୦ ତାରିଖରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏକ ମେଡିକାଲରେ ଚିକିସôାଧିନ ଥିଲେ । ସେଠାରେ ଚିକିସôାଧିନ ଅବସ୍ଥାରେ ଗୁରୁବାର ତାଙ୍କର ମୃତୁ୍ୟ ହୋଇଥିଲା । କୁଶଧରଙ୍କ ମୃତ ଦେହ ୨ ଦିନ ହେବ ବିଜୟୱାଡା ସେଣ୍ଟ୍ରାଲ ହସ୍ପିଟାଲରେ ପଡି ରହିଥିବାବେଳେ ଅର୍ଥ ଅଭାବରୁ ପରିବାର ଲୋକ ମର ଶରୀର ଘରକୁ ଆଣି ପାରୁନାହାଁନ୍ତି । ଏ ନେଇ ଶ୍ରମ ଆୟୁକ୍ତ ନରେନ୍ଦ୍ର କୁମାର ଗଇପାଇଙ୍କୁ ଯୋଗାଯୋଗ କରିବାରୁ କୁଶଧରଙ୍କ ମୃତ ଦେହ ଆଣିବାକୁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ।
କେନ୍ଦୁଝର ଜିଲ୍ଲାରେ କାମଧନ୍ଦା ମିଳୁଥିବାରୁ ରାଜ୍ୟ ବାହାରକୁ ଶ୍ରମଜୀବୀ କାମ କରିବାକୁ ଯାଉଛନ୍ତି । ଖଣି ଅଂଚଳରେ ମେସିନରେ ସମସ୍ତ କାମ ହେଉଥିବାବେଳେ ଖଣି ତଳେ ବସବାସ କରୁଥିବା ଲୋକ ବାହାର ରାଜ୍ୟକୁ କାମ ସନ୍ଧାନରେ ଯାଉଛନ୍ତି । କେନ୍ଦୁଝରରେ ବହୁ ଶ୍ରମଜୀବୀ ବାହାର ରାଜ୍ୟକୁ କାମ କରିବାକୁ ଯାଇ ମୃତୁ୍ୟବରଣ କରୁଛନ୍ତି । ଘରର ମୁରବୀ କିମ୍ବା ଯୁବକମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ଘରକୁ ଆଉ ଫେରୁନାହାଁନ୍ତି । କିଏ ନିଖୋଜ ହୋଇ ଯାଉଛି ତ କିଏ ମୃତୁ୍ୟ ମୁଖରେ ପଡୁଛି । ଜିଲ୍ଲାରେ ମନରେଗା ଯୋଜନା ଦିଗହରା ହୋଇଥିବାବେଳେ କାମଧନ୍ଦା ନ ପାଇ ଅନ୍ୟ ରାଜ୍ୟକୁ କାମ ପାଇଁ ଯାଉଥିବା ଜଣାପଡିଛି । ବ୍ଲକ୍ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସଠିକ୍ ତଦାରଖ ଅଭାବରୁ ମନରେଗା ଯୋଜନା ଫେଲ୍ ମାରିଛି ।