ବିଜେପି ପକ୍ଷରୁ ମନ୍ କି ବାତ୍ କାର୍ଯ୍ୟକ୍ରମ
ରାଜକନିକା : ରାଜକନିକା ବ୍ଲକ ପାରିନୂଆପଡା-ହାବଳଗଣ୍ଡ ପଞ୍ଚାୟତ ସ୍ଥିତ କଇଥାପାଳ ଗ୍ରାମରେ ରବିବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଦର ଜୋନ ବିଜେପି ସଭାପତି ପ୍ରକାଶ ନାୟକଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ହୋଇ ପ୍ରଧାନମନ୍ତ୍ରୀ ଙ୍କ ମନ୍ କି ବାତ୍ ସିଧା ପ୍ରସାରଣ ଶୁଣିଛନ୍ତି । ସର୍ବପ୍ରଥମେ ପହଲଗାମ ଆତଙ୍କବାଦ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଉଦେ୍ଦଶ୍ୟରେ ନୀରବ ପ୍ରାର୍ଥନା କରାଯିବା ସହିତ ପାକିସ୍ତାନର ଆତଙ୍କବାଦ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ପ୍ରଭାରୀ ଓମ୍ ପ୍ରକାଶ ପତି ଉପସ୍ଥିତ ହୋଇ ଆତଙ୍କବାଦକୁ ମୂଳପୋଛ କରିବାକୁ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଦର ଜୋନ ବିଜେପି ଯୁବମୋର୍ଚ୍ଚା ସଭାପତି ଯନ୍ ନାୟକ, ପଞ୍ଚାୟତ ବିଜେପି ପ୍ରମୁଖ ରଜନୀକାନ୍ତ ରାୟ, ଯୁବନେତା ଦେବଜ୍ୟୋତି ଜେନା, ମଳୟ କୁମାର ନାୟକ, ଚନ୍ଦ୍ରଶେଖର ନାୟକ, ଶ୍ରୀନିବାସ ନାୟକ, ଆନନ୍ଦ ରାଉତ, କୈଳାଶ ନାୟକ, ଉମେଶ କରଣ, ରଞ୍ଜନ ବେହେରା, ସରସ୍ୱତୀ ପରିଡ଼ା, ସରିତା ଦାସ, ବିଷ୍ଣୁ ଚରଣ ନାୟକ ଓ ରାଜୀବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।