ଦୁଷ୍ମନ୍ତ ବିଏସଏନଏଲ ଓଡ଼ିଶାର ସିଜିଏମ୍

 ଭୁବନେଶ୍ୱର : ଭାରତୀୟ ଦୂରସଞ୍ଚାର ସେବା (ଆଇଟିଏସ୍), ୧୯୯୦ ବ୍ୟାଚର ଅଭିଜ୍ଞ ଅଧିକାରୀ ଦୁଷ୍ମନ୍ତ କୁମାର ବେହେରା ବିଏସଏନଏଲ ଓଡ଼ିଶା ଦୂରସଞ୍ଚାର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ୍) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦୂରସଞ୍ଚାର କ୍ଷେତ୍ରରେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଉତ୍ସର୍ଗୀକୃତ ସେବା ସହିତ, ଶ୍ରୀ ବେହେରାଙ୍କ ଅଭିଜ୍ଞତା, ବୈଷୟିକ ବିଶେଷଜ୍ଞତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଆଗାମୀ ଦିନରେ ଓଡିଶାରେ ଦୂରସଞ୍ଚାର ସେବାକୁ ଅଧିକ ଲୋକାଭିମୁଖୀ କରିବ ବୋଲି ମତପ୍ରକାଶ ପାଇଛି ।
ମୟୂରଭଞ୍ଜ ଜିଲ୍ଲା ନିବାସୀ ଶ୍ରୀ ବେହେରା ୧୯୯୦ ମସିହାରେ ବୁର୍ଲାର ଭିଏସଏସୟୁଟିରୁ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମୁ୍ୟନିକେସନ୍ ଇଞ୍ଜିନିୟରିଂ ହାସଲ କରିବା ସହ ଆଇଆଇଟି ଦିଲ୍ଲୀରୁ ଏମ୍ଟେକ୍ ପରେ ଦୂରସଞ୍ଚାର ବିଭାଗ ସହିତ ତାଙ୍କର ବୃତ୍ତିଗତ ଯାତ୍ରା ଆରମ୍ଭ କରିଥିଲେ । ସେବେଠାରୁ ସେ  ଦୂରସଞ୍ଚାର ବିଭାଗର ବିଭିନ୍ନ ପଦ ପଦବୀରେ ରହି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି । ୧୯୯୪ ରୁ ୨୦୦୦ ମସିହା ମଧ୍ୟରେ ଶ୍ରୀ ବେହେରା ବମ୍ବେ-କୋଲକାତା ଅପ୍ଟିକାଲ୍ ଫାଇବର୍ କେବୁଲ୍  ଲିଙ୍କ୍ ପ୍ରକଳ୍ପରେ ଡିଭିଜନାଲ୍ ଇଂଜିନିୟର ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ୪ଜି ସାଚୁରେସନ୍ ପ୍ରୋଜେକ୍ଟ କାର୍ଯ୍ୟକାରୀ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କ ତତ୍ତ୍ୱାବଧାନରେ ଆଜି ସୁଦ୍ଧା ପ୍ରାୟ ୧୦୦୦ ମୋବାଇଲ୍ ଟାୱର  ସଫଳତା ପୂର୍ବକ ସ୍ଥାପନା କରାଯାଇପାରିଛି ।