ଦେଶକୁ ସୁଦୃଢ଼ ଏବଂ ସୁରକ୍ଷିତ କରିବା ଲାଗି ପ୍ରତିବଦ୍ଧ : ଶାହ

 ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଷ୍ଟ୍ର ଉଦେ୍ଦଶ୍ୟରେ ଅଭିଭାଷଣକୁ ବିଗତ ୧୧ ବର୍ଷର ପ୍ରଗତି, ବର୍ତ୍ତମାନର ଶକ୍ତି ଏବଂ ଏକ ସମୃଦ୍ଧ ଭାରତ ପାଇଁ ରଣନୀତିର ରୋଡମ୍ୟାପ୍ ବୋଲି କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ମୋଦି ସରକାର ଦେଶକୁ ସୁଦୃଢ଼ ଏବଂ ସୁରକ୍ଷିତ କରିବା ଲାଗି ପ୍ରତିବଦ୍ଧ । ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶର କୃଷକମାନଙ୍କ କଲ୍ୟାଣ ପାଇଁ ସରକାରଙ୍କ ଅତୁଟ ସମର୍ଥନ ଉପରେ ଗୁରୁତ୍ୱାରୋପ କରିଥିଲେ । ପରମାଣୁ ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି, ମହାକାଶ ଏବଂ ଜେଟ୍ ଇଞ୍ଜିନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ କରିଥିଲେ । ଆଗାମୀ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଟିକସ ରିହାତି ପ୍ରଦାନ କରିବା, ନାଗରିକଙ୍କ ଜୀବନ ସହଜ କରିବା ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରୋସôାହନ ଦେବା ଲାଗି ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ‘‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’’ ର ଶୁଭାରମ୍ଭ କରି ଯୁବକମାନଙ୍କୁ ୧ ଲକ୍ଷ କୋଟି ଟଙ୍କା ଉପହାର ଦେଇଛନ୍ତି, ଘରୋଇ କ୍ଷେତ୍ରରେ ପ୍ରଥମ ଥର ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ୧୫,୦୦୦ ଟଙ୍କା ପ୍ରଦାନ କରିଛନ୍ତି ।  ମୋଦୀ ସରକାର ଦେଶକୁ ଶକ୍ତିଶାଳୀ ଏବଂ ସୁରକ୍ଷିତ କରିବା ଲାଗି ପ୍ରତିବଦ୍ଧ । କୃଷକଙ୍କ ସ୍ୱାର୍ଥ ପ୍ରତି ସରକାରଙ୍କ ଅତୁଟ ପ୍ରତିବଦ୍ଧ । ଅମିତ ଶାହ କହିଥିଲେ ଯେ, ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ‘‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା କାର୍ଯ୍ୟକାରୀ କରିବା ଲାଗି ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ଘୋଷଣା କରି ଦେଶର ଯୁବକମାନଙ୍କୁ ଉପହାର ପ୍ରଦାନ କରିଥିଲେ । ଏହି ଯୋଜନା ଅଧୀନରେ ଘରୋଇ କ୍ଷେତ୍ରରେ ପ୍ରଥମ ଥର କର୍ମଚାରୀମାନଙ୍କୁ ୧୫,୦୦୦ ଟଙ୍କା ମିଳିବ ଏବଂ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା କମ୍ପାନୀମାନଙ୍କୁ ମଧ୍ୟ ପ୍ରୋସôାହନ ମିଳିବ । ଏହି ପଦକ୍ଷେପ ଦ୍ୱାରା ପାଖାପାଖି ସାଢେ ତିନି କୋଟି ଯୁବକ ଉପକୃତ ହେବେ, ଯାହା ଭାରତୀୟ ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବ ଏବଂ ଏକ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଯାତ୍ରାକୁ ସୁଦୃଢ଼ କରିବ ।