ସେପ୍ଟେମ୍ବର ୨୮ରୁ କଟକରେ ଦୁର୍ଗା ପୂଜା; ଅକ୍ଟୋବର ୩ରେ ଭସାଣୀ

କଟକ : ଆସନ୍ତା ୨୮ରୁ କଟକର ପ୍ରସିଦ୍ଧ ଦୁର୍ଗା ପୂଜା । ସେପ୍ଟେମ୍ବର ୨୮ରୁ କଟକରେ ଆରମ୍ଭ ହେବ ଶାରଦୀୟ ଦୁର୍ଗା ପୂଜା। ଅକ୍ଟୋବର ୩ରେ ଅନୁଷ୍ଠିତ ହେବ ମାଙ୍କ ଭସାଣୀ ଉତ୍ସବ।କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ଦୁର୍ଗାପୂଜା ନେଇ ରବିବାର ଦିନ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟିର ବୈଠକ ବସିଥିଲା । ଯେଉଁଥିରେ ବିଭିନ୍ନ ଦୁର୍ଗା ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ରାସ୍ତା ଘାଟ ମରାମତି, ବିଦ୍ୟୁତ ସେବା, ପାନୀୟ ଜଳ ଯୋଗାଣକୁ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି । ତେବେ ବୈଠକରେ ସର୍ବସମ୍ମତି କ୍ରମେ ସେପ୍ଟେମ୍ବର ୨୮ ତାରିଖରେ କଟକର ପ୍ରସିଦ୍ଧ ଦୁର୍ଗା ପୂଜା ହେବାକୁ ଦିନ ଧାର୍ଯ୍ୟ କରାଯାଇଛି । ଏହାପରେ ଅକ୍ଟୋବର ୩ରେ ମାଆଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ କରାଯିବ । ସେହିପରି ଦୁର୍ଗା ପୂଜା ଯାତ୍ରା ସମୟରେ ଟ୍ରାଫିକ ବ୍ୟବସ୍ଥା କିପରି ସୁଦୃଢ କରାଯିବ । କିପରି ଏହି ଯାତ୍ରା ସମୟରେ ଲୋକଙ୍କ ଜୀବନଯାପନ ସହଜ ହେବ । ଏନେଇ ଶାନ୍ତି କମିଟି ବିଭିନ୍ନ ରାଜନୈତିକ ଦଳ, ପୋଲିସ ପ୍ରଶାସନ, ମେୟରଙ୍କ ସହିତ ଆଲୋଚନା କରିଛନ୍ତି ।