ଦୋଳବେଦୀ ନିକଟରେ ମେଣ୍ଢା ପୋଡ଼ି ନୀତି

ପୁରୀ : ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀରେ ଦୋଳବେଦୀ ନିକଟରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ସଂପନ୍ନ ହୋଇଯାଇଛି ଅଗ୍ନି ଉସôବ ବା ମେଣ୍ଢା ପୋଡ଼ି ନୀତି । ଏହି ନୀତି ଦେଖିବା ପାଇଁ ଦୋଳବେଦୀ ନିକଟରେ ଭକ୍ତମାନଙ୍କ ଭିଡ଼ ଜମିଥିଲା । ମଧ୍ୟାହ୍ନ ଧୂପ ଓ ମଇଲମ ସରିବା ପରେ ପାଳିଆ ମେକାପ ଚନ୍ଦନ ବିଜେ କରାଇ ଆଣିଥିଲେ ଓ ପୁଷ୍ପାଳକ ସେବକଙ୍କ ଦ୍ୱାରା ସର୍ବାଙ୍ଗ ଲାଗି କରାଯାଇଥିଲା । ଦୋଳଗୋବିନ୍ଦ ଠାକୁର ଲକ୍ଷ୍ମୀ ଓ ସରସ୍ୱତୀ ଚାଚେରି ବେଶ ପାଇଁ ଦକ୍ଷିଣିଘରେ  ପଡ଼ିଥିବା ଖଟ ଶେଯ ଉପରେ ବିଜେ କରିଥିଲେ । ବିଧି ଅନୁଯାୟୀ ଠାକୁର ଓ ଠାକୁରାଣୀଙ୍କୁ ଚାଚେରି ବେଶ କରାଯାଇଥିଲା । ଚାଚେରୀ ବେଶ ଓ ଦକ୍ଷିଣ ଘର ଭୋଗ ସରିବା ପରେ ଠାକୁର ଠାକୁରାଣୀ ଭିତରକୁ ବିଜେ କରିଥିଲେ । ମୁଦିରସ୍ତଙ୍କ ଦ୍ୱାରା ପ୍ରସାଦ ଲାଗି ଓ ପୂଜାପଣ୍ଡାଙ୍କ ଦ୍ୱାରା ପଞ୍ଚୋପଚାରରେ ଭୋଗ ମଣୋହି କରାଯାଇଥିଲା । ବିମାନକୁ ସିଂହଦ୍ୱାର ଦେଇ ଦୋଳବେଦୀ ନିକଟରେ ଥିବା ଅଗ୍ନି ଉସôବ ଗୃହକୁ ନିଆଯାଇଥିଲା । ପୂଜାପଣ୍ଡା ବିଧି ଅନୁଯାୟୀ ଭୋଗ କରିଥିଲେ । ପ୍ରସାଦ ଲାଗି, ଶୀତଳ ଭୋଗ ଓ ଚାମର ଆଲଟ ପରେ ଅଗ୍ନି ଘରେ ଅଗ୍ନି ସଂଯୋଗ କରାଯାଇଥିଲା । ଅଗ୍ନିଘର ଅଗ୍ନିସଂଯୋଗ ଓ ଅଗ୍ନିଘର ପ୍ରଦକ୍ଷଣ ପରେ ଠାକୁର ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ । ଏହାପରେ ବଡ଼ସିଂହାର ଭୋଗ ଓ ଅନ୍ୟାନ୍ୟ ନୀତି ଯଥାରୀତି ସଂପର୍ଣ୍ଣ ହୋଇଥିଲା ।