ଦ୍ୱିତୀୟ ଦିନରେ ବନ କର୍ମଚାରୀଙ୍କ ଧାରଣା
ଖଣ୍ଡପଡ଼ା : ୩ ଦଫା ଦାବି ପୁରଣ ନେଇ ବନ କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବେ ଚଳାଇଥିବା ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି । ଖଣ୍ଡପଡ଼ା ବନାଞ୍ଚଳ ଅଧିନରେ କାର୍ଯ୍ୟରତ ୭ ଜଣ ବନପାଳ ଓ ୮ ଜଣ ବନରକ୍ଷୀ ଏହିପରି ୧୫ ଜଣ କର୍ମଚାରୀ ଆନେ୍ଦାଳନରେ ସାମିଲ ହୋଇଥିବା ଜଣାପଡିଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ଧାରଣା ଚାଲୁ ରହିବ ବୋଲି ଧାରଣାରତ କର୍ମଚାରୀଙ୍କ ଠାରୁ ପ୍ରକାଶ । ରାଜ୍ୟ ସରକାର ନାର୍ଯ୍ୟ ଦାବି ଗୁଡିକ ପୁରଣ ଦିଗରେ ଧ୍ୟାନ ନଦେଲେ ଆସନ୍ତା ୨୨ ତାରିଖରୁ ବନ କର୍ମଚାରୀମାନେ ସମୁହ ଛୁଟିରେ ରହି ଅନଶନ କରିବେ ବୋଲି ରାଜ୍ୟ ସଂଘ ନିଷ୍ପତ୍ତି ନେଇଥିବା ଜଣାପଡିଛି ।