ଖୋଲିଲା କପିଳାସ ପୀଠ ହୁଣ୍ଡି
ଢେଙ୍କାନାଳ : ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ ଖୋଲ ହେଲା ହୁଣ୍ଡି । ଆସନ୍ତା ୨୬ତାରିଖରେ ମହା ଶିବରାତ୍ରୀ ପାଳନ ହେବାକୁ ଥିବାବେଳେ ତା’ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କପିଳାସ ପୀଠ ମଧ୍ୟରେ ଥିବା ସମସ୍ତ ୫ଟି ହୁଣ୍ଡି ଖୋଲାଯାଇଛି । ତେବେ ସମସ୍ତ ହୁଣ୍ଡିରୁ ମୋଟ ଏକ ଲକ୍ଷ ଚାରି ହଜାର ଚାରିଶହ ପଚାଶ ଟଙ୍କା ବାହାରିଛି । ହୁଣ୍ଡି ଖୋଲା ସମୟରେ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ପ୍ରକାଶ ଚନ୍ଦ୍ର ନାୟକଙ୍କ ଉପସ୍ଥିତରେ ବିଭାଗୀୟ ନିରୀକ୍ଷକ ପ୍ରଦୁ୍ୟମ୍ନ କୁମାର ତ୍ରିପାଠୀ, ଅଭିମନୁ୍ୟ ହୋତା, ବସନ୍ତ କୁମାର ରଥ, ଜିମାଦାର ଗୋପୀନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।