ଦ୍ୱିତୀୟ ର୍ୟାଙ୍କ ହାସଲ କଲା ଡାଲମିଆ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚୁ୍ୟଟ ରାଜଗାଙ୍ଗପୁର
ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର: ରାଜଗାଙ୍ଗପୁରରେ ଥିବା ଡାଲମିଆ ପ୍ରାଇଭେଟ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚୁ୍ୟଟ ୨୦୨୪-୨୫ ଶିକ୍ଷା ବର୍ଷ ନିମନ୍ତେ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚୁ୍ୟସନ୍ସ ଗୁଡିକର ସମ୍ମାନଜନକ ସର୍ବଭାରତୀୟ ଗ୍ରେଡିଂରେ ଦ୍ୱିତୀୟ ର୍ୟାଙ୍କ ହାସଲ କରିଛି । ନୂଆଦିଲ୍ଲୀସ୍ଥିତ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନ ଡାଇରେକ୍ ଟୋରେଟ ଜେନେରାଲ ଅଫ୍ ଟ୍ରେନିଂ ଦ୍ୱାରା ଏହି ର୍ୟାଙ୍କ ପ୍ରଦାନ କରାଯାଇଛି ଏବଂ ଏହା ଆଇଟିଆଇର ୧୦ରୁ ଉଲ୍ଲେଖନୀୟ ୯.୫ ସ୍କୋର ପ୍ରଦର୍ଶୀତ କରୁଛି । ଯାହା ବେକାରୀ ଯୁବବର୍ଗଙ୍କ ମଧ୍ୟରେ କୋ÷ଶଳ ବିକାଶ କ୍ଷେତ୍ରରେ ଉକ୍ରର୍ଷ ନିମନ୍ତେ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏକ ଉଲ୍ଲେଖନୀୟ ସଫଳତା ଭାବରେ ରାଜଗାଙ୍ଗପୁର ସେଣ୍ଟରରେ ନାମ ଲେଖାଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୮% ମହିଳା ହୋଇଥିବା ବେଳେ ୮୪.୭% ଅନୁସୂଚିତ ଜନଜାତି ଏବଂ ୪.୧% ଅନୁସୂଚିତ ଜାତି ପୃଷ୍ଠଭୂମିରୁ ଆସିଥିଲେ । ଏହି ସେଣ୍ଟର ତାହାର ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ମଧ୍ୟ ରେକର୍ଡ ୭୧% ନିଯୁକ୍ତି ସଫଳତା ହାସଲ କରିଥିଲା । ଡାଲମିଆ ପ୍ରାଇଭେଟ ଆଇଟିଆଇ ରାଷ୍ଟ୍ରୀୟ କୋ÷ଶଳୀ କାର୍ଯ୍ୟବଳରେ ବୃଦ୍ଧି ଘଟାଇବା ଲକ୍ଷ୍ୟ ରଖିଛି । ସେମାନଙ୍କର ମିଶନ ହେଉଛି ଶିଳ୍ପ ଆବଶ୍ୟକତା ଏବଂ ଆଶା ପୂରଣ କରିବା ନିମନ୍ତେ ଗୁଣାତ୍ମକ ବୈଷୟିକ ଶିକ୍ଷା ଏବଂ ସ୍ଥିରୀକୃତ ତାଲିମ ପଦ୍ଧତି ଯୋଗାଇଦେବା । ଏହି ଇନ୍ଷ୍ଟିଚୁ୍ୟଟ ଫିଟର, ଇଲେକ୍ଟ୍ରିସିଆନ, ମେସିନିଷ୍ଟ, ୱେଲଡର, କମ୍ପୁଟର ଅପରେଟର ଆଣ୍ଡ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଡ ଏବଂ ସୋଲାର ଟେକନିସିଆନ ଆଦି ଟ୍ରେଡରେ ଦୀର୍ଘମିଆଦୀ ଆଇଟିଆଇ ସାର୍ଟିଫିକେଟ ପାଠ୍ୟକ୍ରମ ଯୋଗାଇ ଦେଉଛି । ଏହି ସଫଳତା ସମ୍ପର୍କରେ ମତ ଦେଇ ଗଣେଶ ଡବ୍ଲୁ୍ୟ ଜିରକୁ୍ୟୱାର, ନ୍ୟାସନାଲ ମାନୁଫାକ୍ଚରିଂ ହେଡ, ଡିସିବିଏଲ କହିଛନ୍ତି, ଡାଲମିଆ ଭାରତରେ ଆମେ କୁଶଳୀ ଏବଂ ଦକ୍ଷ ଲୋକଶକ୍ତି ସୃଷ୍ଟି ନିମନ୍ତେ ଭାରତର ଲକ୍ଷ୍ୟ ସହିତ ତାଳଦେଇ କୋ÷ଶଳ ବିକାଶ ନିମନ୍ତେ ଆମର ପ୍ରତିବଦ୍ଧତାରେ ଏକନିଷ୍ଠ ରହିଛୁ । ଏହି ସ୍ୱୀକୃତି ଆମ ଯାତ୍ରାରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହୋଇଛି, ଏବଂ ଆମେ ଉଭୟ ବ୍ୟକ୍ତିଗତ ଅଭିବୃଦ୍ଧି ଏବଂ ଶିଳ୍ପରେ ଉକ୍ରର୍ଷକୁ ଆଗେଇନେବା ନିମନ୍ତେ ପ୍ରତିବଦ୍ଧ ରହିଛୁ,ବୋଲି ଚେତନ ଶ୍ରୀବାସ୍ତବ, ଏକଜିକୁ୍ୟଟିଭ ଡାଇରେକ୍ଟର, ଡିସିବିଏଲ ଏବଂ ୟୁନିଟ ହେଡ, ରାଜଗାଙ୍ଗପୁର କହିଛନ୍ତି ।