୧୩ ଶିକାରୀ ଗିରଫ

 ବାରିପଦା/ସାରସକଣା : ବନ ବିଭାଗକୁ ବଡ଼ ସଫଳତା । ଶିମିଳିପାଳରୁ ପୁଣି ୧୩ ଶିକାରୀ ଗିରଫ ।  ଜଙ୍ଗଲକୁ ଶିକାର କରିବାକୁ ଯିବା ବେଳେ ଅଭୟାରଣ୍ୟରେ ଲଗାଯାଇଥିବା ଟ୍ରାପ୍ କ୍ୟାମେରା ୧୩ଜଣ ଶିକାରୀଙ୍କୁ ଠାବ କରାଯାଇଥିଲା । ଗିରଫ ଶିକାରୀମାନେ ହେଲେ କରଞ୍ଜିଆ ଥାନା ଅନ୍ତର୍ଗତ ରାଣିଭୋଳ ଗ୍ରାମର ହରି ବନସିଂହ, ଚନ୍ଦ୍ର ମୋହନ ସୟ, ଧନେଶ୍ୱର ସୟ, ବୁଧୁରାମ ସିଜୁଇ, ଅଁଳାକଟା ଗ୍ରାମର ବିଜୟ ବଦ୍ରା, ହିନ୍ଦୁରାମ ବଦ୍ରା , ଜୟରାମ ବଦ୍ରା, ଖେଜୁରୀ ବଦ୍ରା, ମଙ୍ଗଲ ବଦ୍ରା, ଦୁଧିଆଣି ଗ୍ରାମର ଦୁମ୍ବୀ ଗୁଣ୍ଡୁଆ, ପାଗୁ ମାରାଣ୍ଡି, ମଙ୍ଗଲ ଅଲଦା, ଏବଂ ରାମଯୋଡି ଗ୍ରାମର ଗୁରୁଚରଣ କେରାଇ ବୋଲି ଜଣାଯାଇଛି । ଏମାନେ ଶିକାର ଉଦେ୍ଦଶ୍ୟରେ ଶିମିଳିପାଳର ନିଷିଦ୍ଧାଞ୍ଚଳରେ ପ୍ରବେଶ କରିଥିଲେ । କ୍ୟାମେରାରେ ଏମାନଙ୍କ ଚିତ୍ର କଏଦ ହେବା ପରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଏକ ଟିମ୍ ଏହି ଶିକାରୀମାନଙ୍କୁ ଖୋଜି ଗିରଫ କରିବାରେ ସଫଳ ହୋଇଥିଲା । ପରେ ଗିରଫ ଶିକାରୀଙ୍କୁ କୋର୍ଟଚାଲାଣ କରାଯାଇଛି । ଏହି ଚଢ଼ାଉ ବେଳେ ଗୋଟିଏ ବନ୍ଧୁକ, ୧୩ଟି ଧନୁ, ୩୩ଟି ତୀର ଆଦି ବନ ବିଭାଗ ଜବତ କରିଛି ।