ଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପରିସ୍ଥ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ । ମୋଟ ୭୪ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ୪ ଟି ଅଭିଯୋଗର ତକôାଳ ଫଏସଲା କରାଯାଇଥିଲା । ଶିବିରରେ ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ, ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
କାକଟପୁର: କାକଟପୁର ବ୍ଳକ ସଭାଗୃହ ପରିସରରେ ଏଡିଏମ ଶରତ ଚନ୍ଦ୍ର ବେହେରା, ସବ କଲେକକ୍ଟର ରାଜ କିଶୋର ଜେନା, ମଣ୍ଡଳ ଉନ୍ନୟନ ଅଧିକାରୀ ବିଷ୍ଣୁ ଗୋବିନ୍ଦ ଓ କାକଟପୁର ବ୍ଳକ ଅଧ୍ୟକ୍ଷ ଶ୍ରୀଧର ନାୟକଙ୍କ ଉପସ୍ଥିତିରେ ଜନଶୁଣାଣୀ ଶିବର ଅନୁଷ୍ଠିତ ହୋଇ ୧୪୬ ଟି ଅଭିଯୋଗର ଶୁଣାଣି ହୋଇଯାଇଛି । ଅବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ଶିବିରରେ ଭିନ୍ନକ୍ଷମ ଟ୍ରାଇ ସାଇକେଲରେ ଆସିଥିବା ଅଭିଯୋଗକାରୀମାନେ ସିଧାସଳଖ ଶୁଣାଣି ଶିବିରକୁ ଯାଇନପାରି ଅସନ୍ତୋଷ ବ୍ୟକ୍ତ କରିଥିଲେ । କାରଣ ଉପର ମହଲାରେଥିବା ସଭାଗୃହକୁ ଶୁଣାଣି ଶିବିର ଭାବେ ସିଦ୍ଧାନ୍ତ ନିଆଯିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ସବୁ ବର୍ଗର ଅଭିଯୋଗକାରୀଙ୍କ ବାବଦରେ ଚିନ୍ତା କରିବାର ଥିଲା । ଅନ୍ୟପକ୍ଷରେ ବ୍ଳକ ପରିସରରେ ସାଧାରଣ ପରିଶ୍ରାଗାର ନ ଥିବାରୁ ଅଭିଯୋଗ କରିବାକୁ ଆସିଥିବା ପୁରୁଷ ମାନଙ୍କ ଅପେକ୍ଷା ମହିଳା ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟଙ୍କ ଅନୁପସ୍ଥିତ ଯୋଗୁଁ ବହୁ ସଂଖ୍ୟକ ଅଭିଯୋଗକାରୀ ଅଭିଯୋଗ ନ କରି ଫେରିଯାଇଥିଲେ ।
କେନ୍ଦ୍ରାପଡ଼ା: ମାର୍ଶାଘାଇ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୫୪ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୪୨ଟି ବ୍ୟକ୍ତିଗତ ଓ ୧୨ଟି ସାମୂହିକ ଅଭିଯୋଗ ରହିଥିଲା । ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିଦେ୍ର୍ଦଶ ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କୋଟାରୀୟ, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ସମେତ ବିଡିଓ, ତହସିଲଦାର, ଜିଲ୍ଲା, ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।