ଲାଇଟ ମରାମତି ଅର୍ଥ ହରିଲୁଟ୍: ସରପଞ୍ଚ ଓ ପିଇଓଙ୍କ ନାମରେ ଅଭିଯୋଗ
ଯାଜପୁର : ପଞ୍ଚାୟତକୁ ଆସିଥିବା ଲାଇଟ ମରାମତି ଅର୍ଥକୁ ସରପଞ୍ଚ ଏବଂ ପିଇଓ ମିଳିମିଶି ହରିଲୁଟ୍ କରିଛନ୍ତି । ଏଭଳି ଅଭିଯୋଗ କୋରେଇ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତର ନିରାକାର ସାହୁ, ରବିନ୍ଦ୍ର ଜେନା, ଓମ୍ପ୍ରକାଶ ସାହୁ, ହିମାଂଶ ପାଢୀ ପ୍ରମିଖ ବିଧାୟକ ଆକାଶ ଦାସନାୟକଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ବିଧାୟକ ତଦନ୍ତ କରି ପଦକ୍ଷେପ ନେବାକୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଭିଯୋଗ ମତେ ଖରାପ ହୋଇଥିବା ଲାଇଟ ମରାମତି ନକରି ନିମ୍ନମାନ ଲାଇଟ ଲଗାଇ ୨ଲକ୍ଷ ଟଙ୍କା ହରିଲୁଟ କରିଛନ୍ତି । ୨୦୨୦ ମସିହାରୁ ଲଗାଯାଇଥିବା ଲାଇଟ ଗୁଡ଼ିକ ବାହାର କରି ନୂଆ ଲଗାଇବା କଥା ହେଉ କି ମରାମତି କରିବାକୁ ସରକାରୀ ନିଦେ୍ର୍ଦଶ ରହିଥିଲା । ଏବାବଦରେ ୨ଲକ୍ଷ ଟଙ୍କା ପିଇଓଙ୍କ ନାମରେ ଉଠାଯାଇଥିଲେ ହେଁ କେଉଁଠାରେ ଲାଇଟ ମରାମତି କରାଯାଇନି । ସେମାନେ ଏହାର ପ୍ରତିବାଦ କରିବାରୁ ତରବରିଆ ଭାବରେ ହାତଗଣତି କେଇଟା ଲାଇଟ ଲଗାଇ ଦେଇ ଚୁପ ବସିଗଲେ । ଏହାସହ ଅଭିଯୋଗ ହୋଇଛି କି ମକୁନ୍ଦପୁର ଗ୍ରାମରାସ୍ତା ଖରାପ ହୋଇପଡିଥିବା ବେଳେ ସରପଞ୍ଚ ବଜୁରୀ ପକାଇ ଟଙ୍କା ଆତ୍ମସାତ କରିଛନ୍ତି । ଯାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଟାନ ଦାବି କରାଯାଇଛି ।