ବଜରଙ୍ଗ ଦଳ ପକ୍ଷରୁ ସେବାସପ୍ତାହ ପାଳିତ
ବିଞ୍ଝାରପୁର : ସେବା ସପ୍ତାହ କାର୍ଯ୍ୟକ୍ରମ ଅବସରରେ ବଜରଙ୍ଗ ଦଳ ପକ୍ଷରୁ ବିଭିନ୍ନ ପ୍ରକାର ସେବା କାର୍ଯ୍ୟକ୍ରମ କରାଯାଇଛି । ମଠ,ମନ୍ଦିର, ଶ୍ମାସାନରେ ବ୍ୱୃକ୍ଷରୋପଣ, ମେଡିକାଲ ସଫେଇ, ରକ୍ତଦାନଶିବିର ଆଦି ସାମଜିକ କାର୍ଯ୍ୟକ୍ରମ କରାଯାଉଛି । ଆଜି ବିଞ୍ଝାରପୁର ପ୍ରଖଣ୍ଡ ବଜରଙ୍ଗ ଦଳ ତରଫରୁ ପ୍ରଖଣ୍ଡ ସଂଯୋଜକ ସୁବୋଧ ଧଳଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତା ଏବଂ ବିଭିନ୍ନ ଶାଖାର ସଂଯୋଜକ ଓ ସହ ସଂଯୋଜକଙ୍କ ଉପସ୍ଥିତରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତକାର୍ଯ୍ୟକ୍ରମରେ ବଜରଙ୍ଗ ଦଳର କାର୍ଯ୍ୟକର୍ତା ଦାସ ମୁରାରୀ ମୋହନ, ବିଶ୍ୱଜିତ ସାମଲ, ପିଂଟୁ ମଲିକ, ବିଶ୍ୱଜିତ ବିନ୍ଧାଣୀ, ରାଜକିଶୋର ବେହେରା, ସୁଶୀଲ ନାୟକ, ପ୍ରକାଶ ସାମଲ, ସୈାମ୍ୟରଞ୍ଜନ ଓଝା, ପିଂଟୁ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମକୁ ସଫଳ କରିଥଲେ ।