୧୩ନଂ ଜୋନ ସଭାପତି ହେଲେ ପ୍ରଶାନ୍ତ ସାହୁ
କେନ୍ଦ୍ରାପଡା : ଜିଲ୍ଲା ବିଜେପି ପକ୍ଷରୁ ସମସ୍ତ ଜୋନରେ ଜୋନ ସଭାପତି ଚୟନ ପ୍ରକ୍ରିୟା ଶେଷ ପ୍ରଜାୟରେ ପହଞ୍ଚି ସାରିଛି । ସେହି ପରି ଭାବେ ଛୋଟି ମଣ୍ଡଳର ଜୋନ ସଭାପତି ଜିଲ୍ଲା ନେତୃତ୍ୱ ବାଛି ସାରିଛନ୍ତି । ଶ୍ରୀ ପ୍ରଶାନ୍ତ ସାହୁ ହେଲେ ୧୩ ନମ୍ବର ଜୋନ ତଥା ଛୋଟି ମଣ୍ଡଳର ସଭାପତି । ଶ୍ରୀ ସାହୁ ବିଜେପିର ବିଭିନ୍ନ ସାଙ୍ଗଠନିକ କର୍ମକର୍ତ୍ତା, ସମର୍ଥକ ଓ ଜନସାଧାରଣ ଶ୍ରୀ ସାହୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଶ୍ରୀ ସାହୁଙ୍କ ଦୀର୍ଘ ଦିନର ନିସ୍ୱାର୍ଥପର ସମାଜ ସେବା ଓ ସାଙ୍ଗଠନିକ ଦକ୍ଷତା ସହ ଭାରତୀୟ ଜନତା ପାର୍ଟି ପ୍ରତି ଥିବା ତାଙ୍କର ସମର୍ପଣର ଆନୁଗତ୍ୟତାରେ ବିଜେପି ସର୍ବାଧିକ ଲାଭବାନ ହେଇ ଛୋଟି ମଣ୍ଡଳ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଶୀର୍ଷ ନେତୃତ୍ୱ ସହଭାଗିତାରେ ପହଂଚିବ ବୋଲି ଶୁଭେଛୁ ଓ ସମର୍ଥକ ସହ ଜନସାଧାରଣଙ୍କ ଆଶା ଓ ଭରସା ମୋ ପ୍ରତି ରଖି ମୋତେ ଗୁରୁ ଦାଇତ୍ୱ ଦେଇଥିବାରୁ ଜିଲ୍ଲା ନେତୃତ୍ୱଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।