ମା' ରାମଚଣ୍ଡୀ ୟୁଥ୍ କ୍ଲବ୍ର ନୂତନ ଗୃହ ଉଦ୍ଘାଟିତ

ପାରାଦୀପ: ପାରାଦୀପ ଗଡ ପଞ୍ଚାୟତ ନିମୀଢି ଗ୍ରାମରେ ଶତାଧିକ ଯୁବକ ଦୀର୍ଘ ବର୍ଷ ହେବ "ମା ରାମଚଣ୍ଡି ୟୁଥ୍’ ନାମରେ ଏକ ସାମାଜିକ ଯୁବ ସଂଗଠନ ଗଠନ କରି ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟ କରିଆସୁଛନ୍ତି । ମାତ୍ର ଦୀର୍ଘ ବର୍ଷ ହେବ ଏକ ଦୁର୍ବଳ ଘରେ  ଯୁବକ ସଂଘ କାର୍ଯ୍ୟ ଚାଲୁଥିବା ବେଳେ, ଏହାର ନୂତନ ଗୃହ ନିର୍ମାଣ ପାଇଁ କ୍ଲବ୍ର କର୍ମକର୍ତ୍ତା ମାନେ ସରପଞ୍ଚଙ୍କୁ ଅନୁରୋଧ କରିଥଲେ । ଫଳରେ ସରପଞ୍ଚ ତୁରନ୍ତ ଉକ୍ତ ଯୁବକ ସଂଘ ନିର୍ମାଣ ପାଇଁ  ୪ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଯୁବକ ସଂଘ କାର୍ଯ୍ୟାଳୟ ପୂର୍ଣ୍ଣାଙ୍ଗ ପରେ ଏହା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇଛି । ମୁଖ୍ୟଅତିଥି ପାରାଦୀପ ଗଡ ଗ୍ରାମ ସରପଞ୍ଚ ସସ୍ମିତା ବେହେରା ଯୋଗଦେଇ ନୂତନ ସଂଘ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ । ସଂଘ କାର୍ଯ୍ୟାଳୟ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ବିନିଯୋଗ ହୋଇପାରିବ ବୋଲି ସରପଞ୍ଚ ସସ୍ମିତା ବେହେରା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ଲକ୍ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ, ଆଇନଜୀବୀ ସଞ୍ଜୟ କୁମାର ବେହେରା, ଦେବ ଦୁର୍ଲ୍ଲଭ କର, ଚନ୍ଦ୍ର ଶେଖର ଚୌଧୁରୀ, ଶ୍ରମିକ ନେତା ଗୋଲେଖ ନାୟକ, ଅଲେଖ ମହାରଥା, କ୍ଲବ୍ ସଭାପତି ଭାସ୍କର ସାହୁ, ଜୟନ୍ତ ସେନାପତି, ମନୋଜ ରାଉତ, ମହେଶ ରାଉତ, ରମେଶ ବେହେରା, ରାଜେଶ ସାହୁ, ସମ୍ପାଦକ ଚିଣ୍ଟୁନା ରାଉତ, ଉପସଭାପତି ଅଭିଷେକ ଦାସ, ସହସମ୍ପାଦକ ଧନେଶ୍ୱର ସାହୁ, ମନୋଜ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ଉତ୍ତମ ସେବା ପାଇଁ ପାରାଦୀପ ଲକ୍ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ଓ ଶ୍ରେଷ୍ଟ ସରପଞ୍ଚ ଭାବେ ସସ୍ମିତା ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।