ଠିକା ସଂସ୍ଥା ବିରୋଧରେ ଗଦା ଗଦା ଅଭିଯୋଗ
କେନ୍ଦ୍ରାପଡା :ପାରାଦୀପ-ଚଣ୍ଡିଖୋଲ ୫୩ ନମ୍ବର ଏନଏଚର ୮ ଲେନ୍ ରାସ୍ତା ନିର୍ମାଣ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବକାଶରେ ଠିକା ସଂସ୍ଥା ବିରୋଧରେ ସ୍ଥାନୀୟ ଜନପ୍ରତିନିଧି ଓ ବୁଦ୍ଧିଜୀବୀମାନେ ଗଦା ଗଦା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ଏକ ୩ଦଫା ଦାବି ନେଇ ପ୍ରସ୍ତାବ ଆଗତ କରିଥିଲେ । ଶ୍ରୀ ମହାପାତ୍ର କହିଥିଲେଯେ, ଜିଲ୍ଲାର ଛାତି ଉପର ଦେଇ ଯାଇଥିବା ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ୫ ବର୍ଷ ତଳେ ଉଚ୍ଚା ରେଳପଥ କରି ହାରାହାରି ଏକ ହଜାର ହେକ୍ଟର ଚାଷ ଜମିରୁ ମାଟି ଲୁଟ୍ ହୋଇଥିବା ବେଳେ, ଏବେ ଏକ ୮ ଧାଡିଆ ଜାତୀୟ ରାଜପଥ ନିର୍ମାଣ କରି ପ୍ରାୟ ୫୦ ହଜାର ହେକ୍ଟର ଚାଷ ଜମିରୁ ମାଟି ନେଇ ଖାଲ କରିବାକୁ ମସୁଧା କରାଯାଉଛି । ଗତ ବର୍ଷ ସାରା ଜାତୀୟ ରାଜପଥକୁ ଅତିକ୍ରମ କରିଥିବା ପାଟନାଳୀ ଓ କେନାଲ ମୁହଁକୁ ମନଇଚ୍ଛା ବନ୍ଦ କରାଯିବା ଯୋଗୁଁ ଡେରାବିଶ, କେନ୍ଦ୍ରାପଡ଼ା, ଗରଦପୁର, ମାର୍ଶାଘାଇ ଓ ମହାକାଳପଡା ବ୍ଲକର ବହୁ ଚାଷ ଜମିରେ ଧାନ ଅମଳ ୭୦ ଭାଗ କମିଯାଇଥିଲା । ଜଳସେଚନ ବିଭାଗ ଅଧିକାରୀଙ୍କୁ ଏହି ଠିକା ସଂସ୍ଥା ଭୟଭୀତ କରି ରଖିଥିବା ସେ ଅଭିଯୋଗ କରିଥିଲେ ।
ଠିକ ସେହିପରି ଜାତୀୟ ରାଜପଥକୁ ସଂଯୁକ୍ତ କରୁଥିବା ସମସ୍ତ ରାସ୍ତାରେ ମନଇଚ୍ଛା ଅଣ୍ଡର ପାସ୍ ନିର୍ମାଣ କରିବା ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଜନତା ଓ ଚାଷୀମାନେ ଦୀର୍ଘ ପଥ ଅତିକ୍ରମ କରି ଚାଷ ଜମିକୁ ଯିବାକୁ ବାଧ୍ୟ ହେଉଛନ୍ତି । ମାର୍ଶାଘାଇର ଟୁବିହୁଡା ନିକଟରେ ଗ୍ରାମବାସୀଙ୍କୁ ଠିକା ସଂସ୍ଥା ଧମକ ଦେଇଥିବା ନେଇ ଥାନାରେ ଏତଲା ମଧ୍ୟ ହୋଇଛି ବୋଲି ଅଭିଯୋଗ ଆସିଥିଲା ।
ଅପରପକ୍ଷରେ ଜିଲ୍ଲାପାଳ ଏନଏଚ କର୍ତ୍ତୃପକ୍ଷଙ୍କୁ ରାସ୍ତା କେଉଁଥିରେ ନିର୍ମାଣ ହେଉଛି ବୋଲି ପ୍ରଶ୍ନ କରିବାରୁ ସେ କହିଥିଲେଯେ, ରାସ୍ତା ପାଉଁଶ, ଜିପସମ ଓ ମୋରମରେ ହେଉଛି । କିନ୍ତୁ ଆଇନଜୀବୀ ଶ୍ରୀ ମହାପାତ୍ର ଏହାର ଘୋର ବିରୋଧ କରି କହିଥିଲେ ଯେ, ରାସ୍ତା ଚୋରା ବାଲି ଓ ଚୋରା ମାଟିରେ ହେଉଛି । ଏହାପରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଉପଜିଲ୍ଲାପାଳ ଅରୁଣ ନାୟକଙ୍କୁ ଏହାର ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଆସନ୍ତା ୧୭ତାରିଖରେ ପରବର୍ତୀ ବୈଠକ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ କହିଲେଯେ, ରାସ୍ତା ଅଣ୍ଡର ପାସ୍ରେ ବିଦୁ୍ୟତ୍ କେବୁଲକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ଏବଂ ଜଳ ନିଷ୍କାସନ ପଥକୁ ସୁରକ୍ଷିତ ରଖିବା ପାଇଁ ଦାବି କରିଥିଲେ । ବୈ÷ଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଡେପୁଟି କଲେକ୍ଟର(ଉନ୍ନୟନ) ତୃପ୍ତି ମହାନ୍ତି, ଏନଏଚର ଇଞ୍ଜିନିଅର ଗିରିଶ ଷଡଙ୍ଗୀ, ସାଇଟ ଇଞ୍ଜିନିଅର ଜ୍ଞାନରଞ୍ଜନ ମହାନ୍ତି, ଡିପିଏମ ସୋନୋଇ କୁମାର, ପ୍ରୋଜେକ୍ଟ ମ୍ୟାନେଜର କୁମାର ରାଜେଶ, ଡ୍ରେନେଜ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସିର୍ଦ୍ଧାର୍ଥ ଶେଖର, ସହକାରୀ ଯନ୍ତ୍ରୀ ପିକେ. ସିଂ, ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, ସହକାରୀ ଯନ୍ତ୍ରୀ ଧରଣୀଧର ବେହେରା, ଯନ୍ତ୍ରୀ ବସନ୍ତ ନାୟକ, ଯନ୍ତ୍ରୀ ରାଜେଶ ପ୍ରଧାନ, ସୈାଭାଗ୍ୟରଞ୍ଜନ ମଲ୍ଲିକ, ବଳରାମ ସାହୁ, କେନ୍ଦ୍ରାପଡା, ଡେରାବିଶ ଓ ମାର୍ଶାଘାଇ ତହସିଲଦାର, ଡେରାବିଶ ବିଡିଓ ପ୍ରମୁଖ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ତହସିଲଦାର, ଡେରାବିଶ ବିଡିଓ ପ୍ରମୁଖ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।