ଜାନୁଆରୀ-ମାର୍ଚ୍ଚ ମଧ୍ୟରେ ଅପରେସନ ହ୍ୱାଇଟ୍ ସ୍ପାଇଡ଼ର ସଫଳତା


ଭୁବନେଶ୍ୱର, ୬ା୪ : ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାରେ ବିଭିନ୍ନ ନିଶା ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅପରେସନ ହ୍ୱାଇଟ୍ ସ୍ପାଇଡର, ପିଓପିଡ଼ି ଏବଂ ଟିମ୍-୬୦ ଏହା ଉପରେ ତୀକ୍ଷ୍ଣ ନଜର ରଖିଆସୁଛି  । ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୧୫ଟି ମାମଲାରେ  ୨୫ ନିଶା ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି  । ସେହିପରି ସେମାନଙ୍କ ନିକଟରୁ ୨୫୦ ଗ୍ରାମ ବ୍ରାଉନସୁଗାର, ସାଢ଼େ ୩ ଲକ୍ଷ ଟଙ୍କା, ୭ଟି ମୋବାଇଲ ଏବଂ ବାଇକ ଜବତ କରାଯାଇଛି । ସେହିପର ୧୮ଟି ଗଞ୍ଜେଇ ବିକ୍ରି ଜନିତ ମାମଲାରେ ୩୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି  । ସେମାନଙ୍କ ଠାରୁ ୨୬୦ କେଜି ଗଞ୍ଜେଇ, ୧୧ ମୋବାଇଲ ଏବଂ ୬ଟି ବାଇକ ଓ କାର ଜବତ କରାଯାଇଛି । ଜନସାଧାରଣମାନେ ବେଆଇନ୍ ନିଶା କାରବାର ବିଷୟରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ୱାଟସଆପ୍ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।