ନଡିଆ ଗଛରେ ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର, ୧୮।୧ : ପାରିବାରିକ କଳହକୁ କେନ୍ଦ୍ର କରି ମଞ୍ଚେଶ୍ୱର ଥାନା ଅଧିନ ଇଞ୍ଜଣା ଗ୍ରାମର ଜଣେ ପ୍ରଦୀପ୍ ଭୋଇ ଓରଫ ଶେଷ ନାମକ ଯୁବକ ଏକ ୫୦ ଫୁଟର ନଡ଼ିଆ ଗଛରେ ଚଢ଼ି ଆତ୍ମହତ୍ୟା କରିଛନ୍ତି । ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଓ ଅଗ୍ନିଶମ ବିଭାଗ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ଜଣାପଡ଼ିଛି ।
 ସୂଚନାଯୋଗ୍ୟ ଯେ, ଶନିବାର ସନ୍ଧ୍ୟା ୫ଟା ବେଳେ ମଞ୍ଚେଶ୍ୱର ଥାନା ଅଧିନ ଇଞ୍ଜଣା ଗ୍ରାମ ନିକଟ ଏକ ନଡ଼ିଆ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ । ପରେ ଲୋକେ ସଙ୍ଗେ ସଙ୍ଗେ ମଞ୍ଚେଶ୍ୱର ଥାନାକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ନଡ଼ିଆ ଗଛରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ଗଛଟି ୫୦ ଫୁଟ ଲମ୍ବ ରହିଥିବାରୁ ପୁଲିସ ଓ ଅଗ୍ନିଶମ ବିଭାଗ ବିଫଳ ହୋଇ ଶେଷରେ ମୃତକଙ୍କ ପରିବାର ଲୋକଙ୍କୁ ଡାକି ଉଦ୍ଧାର କରିଥିଲା । ପରେ ଜଣାପଡ଼ିଥିଲା ସେ ଇଞ୍ଜଣା ଗ୍ରାମର ପ୍ରଦୀପ୍ ଭୋଇ । ତାଙ୍କର ୨୦୨୦ ମସିହାରେ ବିବାହ ହୋଇଥିଲା, ତାଙ୍କର ଏକ ଛୋଟ ପୁଅ ରହିଛି । ହେଲେ ସେ ପାରିବାରିକ କାରଣରୁ ଏଭଳି ପଦକ୍ଷେପ ନେଇଥିବା ପୁଲିସ ସନେ୍ଦହ କରୁଥିବା ବେଳେ ଏକ ଅପମୃତ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।