ସ୍ପେୟାରପାର୍ଟସ୍ ଗୋଡାଉନରୁ ଚୋରି; ୩ କର୍ମଚାରୀ ଗିରଫ

ଭୁବନେଶ୍ୱର, ୧୯ା୧୨ : ରାତିରେ କଟକ ରୋଡ ନିକଟ ଏକ ସ୍ପେୟାରପାର୍ଟସ୍ ଗୋଡାଉନରୁ ଚୋରି । ଏନେଇ ଥାନାରେ ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୩ ଜଣ ଅଭିଯୁକ୍ତ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୩ ଅଭିଯୁକ୍ତ ହେଲେ, ଲକ୍ଷ୍ମୀସାଗର ମଣ୍ଡପ ସାହିର ନିରାକାର ପଟ୍ଟନାୟକ, ବଡ଼ଗଡ଼ ଅଞ୍ଚଳର କ୍ଷେତ୍ରମୋହନ ସ୍ୱାଇଁ ଓ ଅଭିଷେକ୍ ସ୍ୱାଇଁ ।
 ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ସୋମ ଶେଖର ଆଚାରୀଙ୍କ ଲକ୍ଷ୍ମୀସାଗର ଓପୋଲଫେଡ଼ ସମ୍ମୁଖରେ ଭେଙ୍କଟେଶ୍ୱର ଡ଼ିଷ୍ଟ୍ରିବୁ୍ୟଟର ନାମରେ ଏକ ହସ୍ପେୟାରପାର୍ଟ ଗୋଡାଉନ ରହିଛି । ନିମ୍ନୋକ୍ତ ୩ ଅଭିଯୁକ୍ତ ତାଙ୍କ ଗୋଡାଉନରେ କାମ କରନ୍ତି । ଗତ ୨୧.୯.୨୦୨୪ ତାରିଖ ଅଭିଯୋଗକାରୀ ରାତିରେ ଗୋଡାଉନ ବନ୍ଦ କରି ଘରକୁ ଯାଉଥିବା ବେଳେ, ବିଳମ୍ବିତ ରାତିରେ ୩ ଅଭିଯୁକ୍ତ, ପୂର୍ବରୁ ଏହି ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଅନ୍ୟ ୩ ଜଣ ସହଯୋଗୀ ମାନବ, ଆୟୁଷ ଓ ସନ୍ତୋଷଙ୍କ ସହ ମିଶି ଉକ୍ତ ଗୋଡାଉନ ଭିରେ ପଶି ସ୍ପେୟାରପାର୍ଟ ଗୁଡ଼ିକୁ ଚୋରିକରି ନେଇଯାଇଥିଲେ । ସକାଳେ ଅଭିଯୋଗକାରୀ ଗୋଡାଇନ ଖୋଲି ବାପରେ ଭିତରୁ କିଛି ସ୍ପେୟାରପାର୍ଟ ଚୋରି ହୋଇଛି । ଏନେଇ ସେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।