ମନେରେଗାରେ ଦୁର୍ନୀତି
ଓଡାପଡା : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଇନ୍ଦିପୁର ଗ୍ରାମ ପଞ୍ଚାୟତରେ ମନରେଗା କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତରେ ଥିବା ପାଳଶୁଧା ଖଣ୍ଡିଆ ପୋଖରୀକୁ ବିନା କୌଣସି ଫଳକ ଲଗାଇ ଟ୍ରାକ୍ଟର ଏବଂ ଜେସିବି ସାହାଯ୍ୟରେ ରାତିଅଧିଆ ମାଟି ଉଠାଇ ତଞ୍ଚକତା ସହ ସେହି ମାଟିକୁ ପାଳଶୁଧା ଠାରୁ ବିଦାବନ୍ଧ ନିର୍ମିତ ଚାଲିଥିବା ରାସ୍ତାରେ ବ୍ୟବହୃତ ହେଉଛି । ଏ ବାବଦରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ବୁଝିବାରୁ ଜଣାପଡିଲା ଯେ, ପଳାଶୁଧା ପୋଖରୀ ମାଟି ଉଠା କାମକୁ ମନରେଗାରେ ବିଲ୍ ୩ ଲକ୍ଷ ୭୬ ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି । ଯେଉଁଥିରେ କି ୧୪୭ ଜଣଙ୍କର ଶ୍ରମିକ କାର୍ଡ ବ୍ୟବହୃତ ହେଇଛି ବିଲ୍ ଉଠେଇବା ପାଇଁ । ତେବେ ଅଧିକ ପିସି ଏବଂ କାର୍ଯ୍ୟରେ ଭାଗିଦାରୀତା ଥିବାରୁ ବିଭାଗୀୟ ଅଧିକାରୀମାନେ ଚୁପ ବସି ଠିକାଦାରଙ୍କୁ ଦୁର୍ନୀତି କରିବାରେ ସାହାଯ୍ୟ କରୁଥିବା ଆଲୋଚନା ହେଉଛି । ତେବେ ଏ ଘଟଣାର ସଠିକ ତଦନ୍ତ ପାଇଁ ଢେଙ୍କାନାଳ ଜିଲ୍ଲାପାଳ ଏବଂ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।