ନଦୀରୁ ମିଳିଲା ମଧୁସ୍ମିତାଙ୍କ ଶବ

ବିଞ୍ଝାରପୁର/ସିଂହପୁର : ନଦୀକୁ ଡ଼େଇଁ ପଡ଼ିଥିବା ମଧୁସ୍ମିତାଙ୍କଶବ ଉଦ୍ଧାର ହୋଇଛି ।ବିଞ୍ଝାରପୁର ପୁଲିସ, ଅଗ୍ନିଶମ ବିଭାଗ ଓ ତହସିଲଦାରଙ୍କ ପ୍ରଚେଷ୍ଟାରେ ପାଣି ଭରା ଖରସ୍ରୋତା ନଦୀରୁ ଉଦ୍ଧାର ହେଇଛି ଆଳି ଥାନା ଗୋବିନ୍ଦପୁର ଗ୍ରାମର ସୁଦାମ ମିଶ୍ରଙ୍କ ୨୨ବର୍ଷିଆ ଝିଅ ମଧୁସ୍ମିତା (ମାମୁନି)ର ମୃତ ଶରୀର । ଗୁରୁବାର ସିଂହପୁର ଅଂଚଳକୁ କମ୍ପ୍ୟୁଟର ଶିକ୍ଷା ସାରି ଘରକୁ ଯିବା ବେଳ ମଧୁସ୍ମିତା ସିଂହପୁର-ଗୋବିନ୍ଦପୁର ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଥିଲା । ଆତ୍ମହତ୍ୟା କାରଣ ଅସ୍ପଷ୍ଟ ଥିବା ବେଳେ ନଦୀରେ ବନ୍ୟା ଥିବା କାରଣରୁ ମଧୁସ୍ମିତାଙ୍କୁ ଖୋଜିବାକୁ ପ୍ରାଣପ୍ରଣେ ଚେଷ୍ଟା ଜାରି ରଖିଥିଲେ ବିଞ୍ଝାରପୁର ପୁଲିସ ଓ ଅଗ୍ନିସମ ବିଭାଗ ।