ନାବାଳିକା ଅପହରଣ ଅଭିଯୋଗ
ବ୍ରହ୍ମବରଦା : ବ୍ରହ୍ମବରଦା ଥାନା ଅନ୍ତର୍ଗତ ଅର୍ଥଙ୍ଗା ପଂଚାୟତର ଜନୈକା ନାବାଳିକା ଅପହରଣ ହୋଇଛି । ଏନେଇ ନାବାଳିକାର ସମ୍ପର୍କୀୟ ଭାଇ ବ୍ରହ୍ମବରଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମତେ ଗୁରୁବାର ବିଳମ୍ବିତ ରାତିରେ ନାବାଳିକା ଘରେ ଶୋଇଥିବା ସମୟରେ ବ୍ରହ୍ମବରଦା ଥାନା ଅଧିନ ମଙ୍ଗରାଜପୁର ପଂଚାୟତ ବିଲସାଇ ଗ୍ରାମର ଜଣେ ଯୁବକ ଏବଂ ତାର କିଛି ସହଯୋଗୀ ଜୋରଜବରଦସ୍ତ ତାଙ୍କ ଘରେ ପଶି ଉକ୍ତ ନାବାଳିକାକୁ ଅପହରଣ କରି ନେଇଯାଇଥିଲେ । ଏଘଟଣା ସକାଳୁ ଜଣାପଡିବା ନାବାଳିକାଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
 
 Rasmita Behera
                                    Rasmita Behera                                 
    
 
    
 
 
 
