ପିଏମଶ୍ରୀ କେନ୍ଦ୍ରୀୟ ସ୍କୁଲରେ ନୂତନ ପିଟିଏ କମିଟି ଗଠିତ 

 କେନ୍ଦୁଝର : କେନ୍ଦୁଝର ରାଙ୍କି ସ୍ଥିତ ପିଏମଶ୍ରୀ କେନ୍ଦ୍ରିୟ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ(ପିଟିଏ) ଗଠିତ ହୋଇଛି । ଆଜି ବିଦ୍ୟାଳୟ ପରିସରରେ ଅଭିଭାବକମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ନୂତନ ପିଟିଏ କମିଟି ଗଠନ ହୋଇଛି । ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ପି୍ରନ୍ସିପାଲ ପିଟିଏ କମିଟିର ଅଧ୍ୟକ୍ଷ ସୁଶାନ୍ତ କୁମାର ସାହୁ ଥିବାବେଳେ ସମ୍ପାଦକ ଭାବେ ଅଭିଭାବକ ପକ୍ଷରୁ ଦେବରାଜ ଆଚାର୍ଯ୍ୟ,ଉପ ସଭାନେତ୍ରୀ ଭାବେ ରଶ୍ମିନ ସାହୁ, ଇସି ମେମ୍ବର ଭାବେ ରଞ୍ଜନ କୁମାର ସେଠୀ, ନିରଞ୍ଜନ ବେହୁରା, ବିଜୟ ପ୍ରଧାନ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଯୁଗ୍ମ ସମ୍ପାଦକ ଭାବେ ଶିକ୍ଷକ ସୁବ୍ରତ କୁମାର ବେହୁରା, ଶିକ୍ଷକ ଘନଶ୍ୟାମ ଭୋଇ ଶିକ୍ଷକ ପ୍ରତିିନଧି ଭାବେ ମନୋନୀତ ହୋଇଛନ୍ତି । ଏହାପରେ ଏକ ନୂତନ ପିଟିଏ କମିଟ ଦ୍ୱାରା ଅଭିଭାବକଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଭାରେ ପ୍ରତ୍ୟେକ ଶ୍ରେଣୀ ପାଇଁ ଉଭୟ ଏ ଓ ବି ବିଭାଗ ପାଇଁ ଜଣେ ଜଣେ ପୁରୁଷ ଓ ମହିଳା ଅଭିଭାବକଙ୍କୁ ପ୍ରତିନିଧି ଭାବେ ଚୟନ କରାଯାଇଥିଲା । ନୂତନ ଭାବେ ଗଠିତ ହୋଇଥିବା ପିଟିଏ କମିଟି ବିଦ୍ୟାଳୟର ସମସ୍ୟା ଦୂର କରିବା ନେଇ କାମ କରିବେ ବୋଲି କହିଥିଲେ । ଏହି କମିଟିର ନିୟମିତ ବ୍ୟବଧାନରେ ବୈଠକ କରାଯାଇ ଅଭିଭାବକଙ୍କ ସମସ୍ୟା ଏବଂ ବିଦ୍ୟାଳୟର ଉତ୍ତେରତ୍ତର ଉନ୍ନତି ପାଇଁ କାର୍ଯ୍ୟ କରିବ ବୋଲି ପିଟିଏ କମିଟି ସମ୍ପାଦକ ଦେବରାଜ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।