ନନ୍ଦିନୀ ଦେବୀଙ୍କ ଜୟନ୍ତୀ
ବାଲିଚନ୍ଦ୍ରପୁର : ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୯୪ ତମ ଜୟନ୍ତୀ ଉତ୍ସବ ବାଲିଚନ୍ଦ୍ରପୁର ସ୍ଥିତ ଜଗନ୍ନାଥ କଲ୍ୟାଣ ମଣ୍ଡପରେ ପାଳିତ ହୋଇଛି । ନନ୍ଦିନୀ ଦେବୀ ସ୍ମୃତି ସଂସଦ ଓ ପ୍ରେସ କ୍ଲବ ମିଳିତ ସହଯୋରେରେ ଆୟୋଜିତ ଜୟନ୍ତୀରେ ଅବସରପ୍ରାପ୍ତ ଅଧ୍ୟକ୍ଷ ରବିନ୍ଦ୍ର କୁମାର ସାମଲ ପୌରହିତ୍ୟ କରିଥିଲେ । ଅତିଥି ଭାବେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ବିନ୍ଦୁ ମିତ୍ର ବଳ, ବୌଦ୍ଧ ଗବେଷକ ଡ ହରିଶ ଚନ୍ଦ୍ର ପୃଷ୍ଟି, ଶିକ୍ଷାବିତ ବିଧାନ ଚନ୍ଦ୍ର ସାମଲ, ଉପେନ୍ଦ୍ର ନାଥ ସ୍ୱାଇଁ, ଗାୟକ ଉପେନ୍ଦ୍ରନାଥ ସାମନ୍ତରାୟ, କିରଣ କୁମାର ଶତପଥୀ ପ୍ରମୁଖ ଯୋଗଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ପ୍ରଫେସର ସଂଗ୍ରାମ କେଶରୀ ବଳ, ପୁର୍ବତନ ଜିଲା ପରିଷଦ ସଭ୍ୟ ବିପିନ ବିହାରୀ ଜେନା, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ବିଷ୍ଣୁ ଚରଣ ମୁଦୁଲି, ଦୀନବନ୍ଧୁ ବେହେରା, ନଟବର ସାମଲ, ପୂର୍ଣ୍ଣଚନ୍ଦ୍ର ସାହୁ, ଅନନ୍ତ କିଶୋର ମହାନ୍ତି, ପ୍ରସନ୍ନ ଶତପଥୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମାନଭଞ୍ଜନ ରାଉତ ରାୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସ୍ମୃତି କମିଟିର ସଭାପତି ସାମ୍ୱାଦିକ ପ୍ରଦୀପ୍ତ ପୃଷ୍ଟି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ପ୍ରେସ କ୍ଲବ ବାଲିଚନ୍ଦ୍ରପୁରର ସଭାପତି ପ୍ରକାଶ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ମୃତି କମିଟିର ସମ୍ପାଦକ ଏକାଦଶୀ ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।