ଜୀବନ ଓ ଜିଜ୍ଞାସା ପୁସ୍ତକର ଲୋକାର୍ପଣ
ବାଲିକୁଦା : ବଡ଼ଚଣା ବ୍ଲକ ଅଣକା ପଞ୍ଚାୟତ ଅନ୍ତର୍ଗତ ରାହାଳସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ଜୀବନ ଜିଜ୍ଞାସା ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି । ପଣ୍ଡିତ ସୁଶାନ୍ତ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ଆରକ୍ଷିଅଧିକ୍ଷକ ଶରତ ଚନ୍ଦ୍ର ପାତ୍ର ଉଦ୍ଘାଟନ କରିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ଦାମୋଦର ବେହେରା, ସେବାନିବୃ ପ୍ରାଧ୍ୟାପକ ଅକ୍ଷୟ କୁମାର ରାୟ, ସୁଶାନ୍ତ କୁମାର ପଣ୍ଡା, ପ୍ରଧାନଶିକ୍ଷକ ଅନନ୍ତ କିଶୋର ରାଉତ, ଅଧ୍ୟାପକ ପ୍ରିୟରଞ୍ଜନ ନାୟକ, ଡ଼ଃ.ଗିରିଶ ବିହାରୀ ମିଶ୍ର ପ୍ରମୁଖ ଯୋଗଦେଇ ଲୋକାର୍ପଣ ପୁସ୍ତକର ଲେଖକଙ୍କ ପ୍ରଶଂସା କରିଥିଲେ । ନଟବର ନାୟକ, ରାମ ଚନ୍ଦ୍ର ସାମଲ, ରାଧାନାଥ ଦାଶ, ଅଜୟ କୁମାର ପରିଡ଼ା, ଗୋବିନ୍ଦ ଚନ୍ଦ୍ର ଶତପଥି, ସୁଶାନ୍ତ କୁମାର ନାୟକ, ଅରକ୍ଷିତ ସାମଲ, ଭଗବାନ ସାମଲ, ରଘୁନାଥ ପାଢୀ, ଅକ୍ଷୟ କୁମାର ମିଶ୍ର ପ୍ରମୁଖ ଗାୟତ୍ରୀ ପରିବାରର ସଦସ୍ୟ ମାନେ ଉସôବରେ ଆକୁଣ୍ଠ ସହଯୋଗ ପ୍ରଦାନ କରିଥିଲେ । ପୁସ୍ତକର ପ୍ରଣେତା ଦାମୋଦର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।