ନବବର୍ଷ ବନ୍ଧୁମିଳନ ଓ କବିତା ପାଠୋତ୍ସବ
ଭଣ୍ଡାରିପୋଖରୀ: ବାରିକପୁର ଉକôଳ ସାହିତ୍ୟ ସଂସଦ ଆନୁକୂଲ୍ୟରେ ନବବର୍ଷ ୨୦୨୫ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ପ୍ରଫୁଲ୍ଲ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉସôବରେ କବି ସନ୍ତୋଷ କୁମାର ସାହୁ, ଜଗନ୍ନାଥ ନାୟକ, ସତ୍ୟବ୍ରତ ଦାସ, ନାରାୟଣ ପୋଥାଳ, ଡ. ନିରଞ୍ଜନ ଓଝା, ଜଗବନ୍ଧୁ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନବବର୍ଷରେ ସାହିତ୍ୟ ସମ୍ପର୍କରେ ଆଲୋଚନା କରିବା ସହ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ସମାଜସେବୀ ଗଙ୍ଗାଧର ଦାସଙ୍କ ସ୍ମୃତିଚାରଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସମ୍ପାଦକ ପୁରୁଷୋତ୍ତମ ଧଳ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । କରୁଣାକର ବାରିକ, ଶ୍ରୀକାନ୍ତ ଦାସ, ଋତୁପୂର୍ଣ୍ଣା ଦାସ, ଅଙ୍କିତା ଦାସ, ଘନଶ୍ୟାମ ସ୍ୱାଇଁ, ହୃଦାନନ୍ଦ କର, ସିଦେ୍ଧଶ୍ୱର ସାମଲ ପ୍ରମୁଖ ପାଠୋସôବରେ ଅଂଶଗ୍ରହଣ କରିଥିଲେ ।