ଆଦର୍ଶ ଶିକ୍ଷକଙ୍କ ପରଲୋକ

 ତିହିଡି: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ହରିପୁରସ୍ଥିତ ହରିଶ୍ଚନ୍ଦ୍ର ମଧ୍ୟ ଇଂରାଜୀ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ବିଦ୍ୟାପତି ସାହୁଙ୍କର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହାସପାତାଳରେ ଗୁରୁବାର ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା । ତାଙ୍କ ଘର ପାଳିଆବିନ୍ଧା ଗ୍ରାମରେ । ତାଙ୍କ ମୃତୁ୍ୟ ଖବର ପାଇବା ପରେ ତାଙ୍କ ଗ୍ରାମ ଓ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ବେଶ ସୁନାମ ଅର୍ଜନ କରିଥିଲେ । ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହାସପାତାଳରେ ଭର୍ତ୍ତୀ କରାଯାଇଥିଲା । ତାଙ୍କର ସ୍ତ୍ରୀ ସମେତ ଯୁକ୍ତ ଦୁଇ ଅଧୟନ କରୁଥିବା ପୁଅ ଓ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଝିଅ ଅଛନ୍ତି । ତାଙ୍କ ମରଶରୀର ଗ୍ରାମରେ ପଂଚିବା ପରେ ଶୁକ୍ରବାର ସକାଳେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି । ବହୁ ଶିକ୍ଷକ ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିଛନ୍ତି । ତାଙ୍କ ବିୟୋଗରେ ତାଙ୍କ କାର୍ଯ୍ୟକ୍ଷେତ୍ର ହରିଶ୍ଚନ୍ଦ୍ର ବିଦ୍ୟାଳୟରେ ଏକ ଶୋକସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ଶୋକ ପ୍ରକାଶ ପାଇଛି ।