ମାଗଣା ଚଷମା ବଣ୍ଟନ
ରାଜକନିକା: ରାଜକନିକା ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଭୁବନେଶ୍ୱର ରୋଟାରୀ ଚକ୍ଷୁ ହସ୍ପିଟାଲ ସହଯୋଗରେ କୋଇଲିପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାଗଣା ଚଷମା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଳା ସଂସ୍କୃତି ସଂଘ ଉପଦେଷ୍ଟା ଶ୍ରୀନିବାସ ପ୍ରଧାନଙ୍କ ସଂଯୋଜନା ଓ ଉପସଭାପତି ବିଶ୍ୱନାଥ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୨୦ରୁ ଅଧିକ ବ୍ୟକ୍ତିଙ୍କୁ ମାଗଣା ଚଷମା ବଣ୍ଟନ କରାଯାଇଥିଲା । ସଂଘ ସଦସ୍ୟ ସୁରେନ୍ଦ୍ର ମହାନ୍ତି, ଅଶୋକ ଗିରି ଓ ସୁରେଶ ମାହୁନ୍ତ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।