ନବରାତ୍ରିରେ ମହିଳାଙ୍କୁ ସଶକ୍ତ କରିବ ବେଦାନ୍ତ 

 ଲାଞ୍ଜିଗଡ/ଭବାନୀପାଟଣା:  ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହି ଦଶହରାରେ ପ୍ରଥମ ଥର ପାଇଁ ଏକ ନିଆରା ସାମୂହିକ ପ୍ରୟାସ ଆରମ୍ଭ କରିଛି । ଲାଞ୍ଜିଗଡ଼ର ଆଖପାଖ ଗ୍ରାମଗୁଡ଼ିକରେ ମହିଳାମାନଙ୍କୁ ସଶକ୍ତ କରି ଶକ୍ତିର ଆତ୍ମାକୁ ପାଳନ କରିବା ଉଦେ୍ଦଶ୍ୟ ନେଇ କମ୍ପାନୀର ସ୍ୱତନ୍ତ୍ର ନବରାତ୍ରି ମିଳାପ କାର୍ଯ୍ୟକ୍ରମ ଅଧୀନରେ, କମ୍ପାନୀ ୬୦୦ରୁ ଅଧିକ ଶକ୍ତି କିଟ୍ ବଣ୍ଟନ ହୋଇଛୁି । ଯାହା ୯ ଟି ଗ୍ରାମର ୧୫୦୦ରୁ ଅଧିକ ମହିଳାଙ୍କୁ ସଶକ୍ତ କରିବ । ପ୍ରତ୍ୟେକ ଶକ୍ତି କିଟ୍ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ପୁଷ୍ଟିର ପ୍ରୋତ୍ସାହନ ପାଇଁ ଚିନ୍ତନଶୀଳ ଭାବରେ ପ୍ରସ୍ତୁତ କରାଯାଇଛି । କିଟ୍ ଗୁଡ଼ିକରେ ସାନିଟାରୀ ନାପକିନ୍, ସାବୁନ, ହ୍ୟାଣ୍ଡୱାଶ୍ ଏବଂ ଅନ୍ୟାନ୍ୟ ସ୍ୱଚ୍ଛତା ଆବଶ୍ୟକୀୟ ସାମଗ୍ରୀ ପୁଷ୍ଟି ବୃଦ୍ଧି ପାଇଁ ମିଲେଟରେ ତିଆରି ମିଷ୍ଠାନ୍ନ ଏବଂ ଲୁହା କଡେଇ, ଏକ ପାରମ୍ପରିକ ରୋଷେଇ ଉପକରଣ ଯାହା ସମୟ ସହିତ ରକ୍ତହୀନତା ହ୍ରାସ କରିବାରେ ସାହାଯ୍ୟ କରେ । ଏହି ଅନନ୍ୟ ପ୍ରୟାସକୁ ଶକ୍ତି ଏବଂ ଯନôର ଉସôବ କରିବା ପାଇଁ କିଛି ଉସôବ ସାମଗ୍ରୀ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମ ନବରାତ୍ରିର ନଅ ଦିନ ଧରି କରାଯାଉଛି । ପ୍ରତ୍ୟେକ ଦିନ ଗୋଟିଏ ଗାଁ ସହ ଉସôବ ପାଳନ କରାଯାଉଛି । ଏହି ପ୍ରୟାସ ପୁତ୍ରୀଭଟା, ଖାଲଗୁଡ଼ା, ବଳଭଦ୍ରପୁର, କଦମଗୁଡ଼ା, କେନ୍ଦୁବାର୍ଡି, ବାନିଗାଁ, ସିମିଳିଭଟା, ବୁନେ୍ଦଲ ଏବଂ ଚନାଲିମାକୁ ଅନ୍ତର୍ଭୁକ୍ତ । ଯାହା ସାମୂହିକ ଭାବରେ ୬୦୦ ରୁ ଅଧିକ ପରିବାରକୁ ଲାଭ ପହଞ୍ଚାଇବ । ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ସମ୍ପ୍ରଦାୟ ବିକାଶର ସମସ୍ତ ପ୍ରୟାସର ମୂଳରେ ଗୋଟିଏ ଚିନ୍ତାଧାରା ରହିଛି ଯେ, ପ୍ରକୃତ ପ୍ରଗତି ଅନ୍ତର୍ଭୁକ୍ତ ଏବଂ ସଭିଙ୍କୁ ସାଥିରେ ନେଇ ସମ୍ଭବ ହୁଏ । ନବରାତ୍ରି ହେଉଛି ଶକ୍ତିର ଉତ୍ସବ ଶକ୍ତି, ଯନô ଏବଂ ଦୃଢ଼ତାର ଉତ୍ସବ । ଏହି ବର୍ଷ ଗାଁ ର ମହିଳାଙ୍କୁ ସଶକ୍ତ କରି ସେଇ ଭାବନାକୁ ସମ୍ମାନ କରିବାକୁ ଚାହୁଁଥିଲୁ । ଶକ୍ତି କିଟ୍ ମାଧ୍ୟମରେ ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାରେ ନିବେଶ ହୋଇଛି । ଏହି ପ୍ରୟାସ ବ୍ୟାପକ ସାମାଜିକ ପ୍ରଭାବ କାର୍ଯ୍ୟକ୍ରମକୁ ପରିପୂରକ କରେ । ଯାହା ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ଜୀବିକା ନିର୍ବାହକୁ ବିସ୍ତାର କରିଥାଏ । ଏହି ପ୍ଲାଟଫର୍ମ କମ୍ପାନୀର କର୍ମଚାରୀ ଏବଂ ଏହାର ଆଖପାଖ ସମ୍ପ୍ରଦାୟ ମଧ୍ୟରେ ନିୟମିତ ସମ୍ପର୍କକୁ ପ୍ରୋତ୍ସାହିତ କରେ । ସମ୍ପ୍ରଦାୟ ବିକାଶ ପାଇଁ ଏହି ସମନ୍ୱିତ ପ୍ରକ୍ରିୟା ମାଧ୍ୟମରେ, କମ୍ପାନୀ ଏହାର କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିବା, ବ୍ୟକ୍ତିମାନଙ୍କୁ ସଶକ୍ତ କରିବା, ପରିବାରଗୁଡିକୁ ମଜବୁତ କରିବା ଏବଂ ଶିଳ୍ପ ପ୍ରଗତି ସହିତ ବୃଦ୍ଧି ପାଉଥିବା ସୁନ୍ଦର ସମ୍ପ୍ରଦାୟ ନିର୍ମାଣ କରିବା ଜାରି ରଖିଛି ।