୭୯ ବର୍ଷରେ ସାରସକଣା ଦୁର୍ଗାପୂଜା
ସାରସକଣା : ପାର୍ବଣ ଋତୁ । ସବୁଠି ମା’ ଦୁର୍ଗାଙ୍କ ପୂଜା ପାଇଁ ଚାଲିଛି ପ୍ରସ୍ତୁତି । ମୂର୍ତ୍ତି ଗଡା ଠାରୁ ଆରମ୍ଭ କରି ତୋରଣ ସଜାରେ ଲାଗି ପଡିଛନ୍ତି କାରିଗର । ମା’ଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ସାରସକଣା ଅଞ୍ଚଳ । ଚଳିତ ବର୍ଷ ଏଠାକାର ପୂଜା ୭୯ ବର୍ଷରେ ପହଞ୍ଚôଛି । ପୂଜାକୁ ସଫଳ କରିବା ପାଇଁ କମିଟିର କର୍ମକର୍ତ୍ତାମାନେ ଲାଗି ପଡିଛନ୍ତି । ପ୍ରମୁଖ ଶକ୍ତି ଉପାସନା ପୀଠ ଭାବରେ ସାରସକଣା ଗ୍ରାମର ସ୍ୱତନ୍ତ୍ର ଖ୍ୟାତି ରହିଛି । ପ୍ରତିବର୍ଷ ସାରସକଣା ଶାରଦୀୟ ଦୁର୍ଗାପୂଜା ଧୂମଧାମରେ ପାଳନ କରାଯାଉଛି । ଚଳିତବର୍ଷ ଶାରଦୀୟ ଦୁର୍ଗାପୂଜା କମିଟି ତାର ୭୯ ତମ ପୂଜା ଉତ୍ସବ ପାଳନ କରୁଛି । ୧୯୪୬ ମସିହାରୁ ଗ୍ରାମର ସ୍ୱର୍ଗତ ସଦାନନ୍ଦ ମହାପାତ୍ର, ପରମା ନନ୍ଦ ସାହୁ, ପରମା ନନ୍ଦ କରଙ୍କ ଉଦ୍ୟମରେ ଗ୍ରାମବାସୀଙ୍କ ଦ୍ୱାରା ମା’ ଙ୍କ ପୂଜା ଆରମ୍ଭ ହୋଇଥିଲା । ସେବେ ଠାରୁ ପୂଜା ପାଳନ କରାଯାଉଛି । ଏହି ଉପଲକ୍ଷେ ଗ୍ରାମବାସୀଙ୍କ ଦ୍ୱାରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ପକ୍ଷରୁ ୬ ଦିନ ବ୍ୟାପୀ ଉଭୟ ମା’ଙ୍କ ପୀଠ ଓ ମୃଣ୍ମୟୀ ମୂର୍ତ୍ତି କରାଯିବ । ମୂର୍ତ୍ତି ନିର୍ମାଣ କାମ ପଶ୍ଚିମବଙ୍ଗ ଶିଳ୍ପୀ ନିମାଇଁ ÿରଣ ଜାନାଙ୍କ ଦ୍ୱାରା ଶେଷ ପର୍ଯ୍ୟାୟରେ ପହହଞ୍ଚôଛି । ସୁଉଚ ତୋରଣ ସହ ଗ୍ରାମକୁ ରଙ୍ଗୀନ ଆଲୋକରେ ସଜାଯିବ । ପୁରା ଗ୍ରାମରେ ପାର୍ବଣର ମାହୋଲ ଦେଖିବାକୁ ମିଳୁଛି । ଗାଁ ବାହାରେ ରହୁଥିବା ଲୋକ ଏବେ ଗାଁ ମୁହାଁ ହୋଇଛନ୍ତି । କମିଟିର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ତା ୨୮ ତାରିଖରେ ଷଷ୍ଠୀ ପୂଜା, ବିଲ୍ୱାଧୀବାସ ଅନୁଷ୍ଠିତ ହେବ । ୨୯ ତାରିଖରେ ମହା ସପ୍ତମୀ ପୂଜା ଅନୁଷ୍ଠିତ ହେବ । ୩୦ ତାରିଖରେ ଅଷ୍ଟମୀ ପୂଜା, ଚଣ୍ଡୀପାଠ, ବ୍ରତବନ୍ଧନ, ସନ୍ଧିପୂଜା ଓ ବଳିଦାନ, ସାଧାରଣଜ୍ଞାନ ପ୍ରତିଯୋଗିତା ହେବ । ୧ ତାରିଖରେ ମହା ନବମୀ ପୂଜା । ୨ ତାରିଖରେ ବିଜୟା ଦଶମୀ, ଅପରିଜିତା ପୂଜା, ଓ ବିସର୍ଜନ ପୂର୍ଣ୍ଣାହୁତି, ସନ୍ଧ୍ୟାରେ ରାବଣ ପୋଡି କରାଯିବ, ୩ ତାରିଖରେ ଯାତ୍ରା ବିଶ୍ୱ ଦରବାର ୩ ଦିନ ଧରି ନାଟକ ମଞ୍ଚସ୍ଥ ହେବା ସହିତ ପ୍ରଥମ ରାତି ମଞ୍ଚ ଉପରେ ଲୋଟେରୀ ଖେଳ ସହିତ ବିଶ୍ୱ ଦରବାର ମଞ୍ଚସ୍ଥ କରିବ ଏ ସମ୍ପର୍କର ଶେଷ ନାହିଁ । ୩ରେ ମା’ ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହେବ । ଶୋଭାଯାତ୍ରାର ବିଶେଷ ଆକର୍ଷଣ ସିଂହବାଦ୍ୟ ରହିବ ବୋଲି କମିଟି ପକ୍ଷରୁ ଚୂଡାନ୍ତ ହୋଇଛି ।