“ସାର୍ ମୋ ଝିଅ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି” : ଅଭିଯୋଗ ଆଣିଲେ ପୀଡ଼ିତାଙ୍କ ମା
ବାଲେଶ୍ୱର: ବାଲେଶ୍ୱର ଫକୀର ମୋହନ କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ପୀଡ଼ିତାଙ୍କ ମା’ ଆଣିଛନ୍ତି ସାଘାତିକ ଅଭିଯୋଗ । ସିସିଟିଭି ଦେଖିଲୁ ନିଆଁ ଜଳୁଛି । ଛୁଆ ମୋର ଦୌଡ଼ି ଦୌଡ଼ି ଆସିଲା । ତେଣୁ ମୁଁ ଭାବୁଛି ସାର ନିଆଁ ଲଗାଇ ଦେଇଛନ୍ତି । ପ୍ରିନ୍ସିପାଲ, ଏଚଓଡି ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିବାକୁ ଚେଷ୍ଟା କରିଛନ୍ତି । ତେଣୁ ଆମେ ଚାହୁଁଛୁ ଫାଶୀ ଦଣ୍ଡ ମିଳିବା ଦରକାର ।