ନୂତନ ଥାନା କାର୍ଯ୍ୟାଳୟ ଉଦ୍ଘାଟନ କେବେ?
ନାଉଗାଁ : ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ଥାନା ପାଇଁ ଓଡ଼ିଶା ରାଜ୍ୟ ପୁଲିସ ହାଉସିଂ ଆଣ୍ଡ୍ ୱେଲଫେୟାର କର୍ପୋରେସନ ଲିମିଟେଡ୍ର ଦ୍ୱାରା ନୂତନ ବିଲ୍ଡିଂର ନିର୍ମାଣ କାର୍ଯ୍ୟ ସରିବାକୁ ପ୍ରାୟ ୧ ବର୍ଷ ହୋଇସାରିଛି । ଏହି ଥାନା ୧୯୮୩ ମସିହାରେ ପ୍ରତିଷ୍ଠା ହୋଇ ପୁରୁଣା ବିଲଡିଂରେ ଚାଲୁଥିଲା । ନୂତନ ବିଲଡିଂ ନିର୍ମାଣ କୁ ଏକ ବର୍ଷ ହୋଇ ସାରିଲାଣି କିନ୍ତୁ ଏ ପର୍ଯ୍ୟନ୍ତ ନାଉଗାଁ ଥାନାକୁ ସେହି ନୂତନ ଗୃହକୁ ସ୍ଥାନାନ୍ତର କରାଯାଇ ନଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି କାହିଁକି ସାଧାରଣ ଲୋକଙ୍କ ପାଇଁ ସରିଥିବା ବିଲ୍ଡିଂ ଖୋଲାଯାଉ ନାହିଁ କାହିଁକି? ପୁରୁଣା ଥାନା କାର୍ଯ୍ୟାଳୟ ପ୍ରତିଦିନ ଅନୁସନ୍ଧାନ କାର୍ଯ୍ୟ, ଏଫଆଇଆର ରେକର୍ଡ ରୁମ୍, କର୍ମଚାରୀଙ୍କ ବସିବା ପାଇଁ ସ୍ଥାନ ଓ ସାଧାରଣ ଲୋକଙ୍କ ପାଇଁ ବସିବା ସୁବିଧା ସବୁକିଛିରେ ପୁରୁଣା ବିଲ୍ଡିଂରେ ଅଭାବ ଦେଖାଯାଉଛି । ଥାନା ଆଗରେ ବର୍ଷା ଋତୁରେ ପାଣି ପସିବା, ସଂକୀର୍ଣ୍ଣ ସ୍ଥାନ , ସୁରକ୍ଷା ସମସ୍ୟା ହେତୁ ଲୋକଙ୍କୁ ବହୁତ ଅସୁବିଧା ସହିବାକୁ ପଡ଼ୁଛି । ନୂତନ ବିଲ୍ଡିଂ ଆଧୁନିକ ସୁବିଧା ରହିଥିବା ବେଳେ କୋଟି କୋଟି ଟଙ୍କା ବ୍ୟୟ କରି ପ୍ରସ୍ତୁତ ହୋଇଥିବା ନୂତନ ଥାନା ଗୃହରେ ଆଧୁନିକ ସୁବିଧା, ବଡ଼ କାର୍ଯ୍ୟାଳୟ, କନଫରେନ୍ସ ହଲ୍, ପୃଥକ ହାଜତ ଗୃହ, ରେକର୍ଡ ରୁମ ଓ ସାଧାରଣଙ୍କ ପାଇଁ ଟଏଲେଟ ସୁବିଧା, ବିଶ୍ରାମ ସୁବିଧା ରହିଛି । ଏହି ଗୃହରେ ଚାଲୁ ହେଲେ ଥାନାର କାର୍ଯ୍ୟକଳ ସାଧାରଣଙ୍କ ପାଇଁ ସୁବିଧାଜନକ ହେବ । ଏଥିରେ ବିଳମ୍ବ ହେବାରୁ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ଏବଂ କୋଟି କୋଟି ଟଙ୍କା ବ୍ୟୟରେ ଆଧୁନିକ କାର୍ଯ୍ୟାଳୟ ଉଦଘାଟନ ବିଳମ୍ବ କାହା ସ୍ୱାର୍ଥରେ? ପୋଲିସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖୁବ ଶୀଘ୍ର ନୂତନ ତାରିଖ ଘୋଷଣା କରାଯାଇ ଉଦ୍ଘାଟନ କରାଯିବ ।