ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା : ଏମ୍ସରେ ପୀଡିତାଙ୍କ ଚିକିତ୍ସାରେ ଅବହେଳା 

 ନବରଙ୍ଗପୁର : ଆପତ୍ତିଜନକ ଫଟୋ ଭାଇରାଲ୍ ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ରାଇଘର ଅଞ୍ଚଳର ନସିଂ ଛାତ୍ରୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭରି କରାଯାଇଛି । ସେଠାରେ ଉପଯୁକ୍ତ ଚିକିତ୍ସା ସେବା ମିଳୁ ନ ଥିବା ଏବଂ ଅବହେଳା କରାଯାଉଥିବା ମାତୃ ଆଶ୍ରୟ ଆଶ୍ରମ ଅଧ୍ୟକ୍ଷା କାଦମ୍ବନୀ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ତ୍ରିପାଠୀ କହିଛନ୍ତି ଯେ, ଏମ୍ସରେ ପୀଡିତା ପହଞ୍ଚôବାର ୧୨ ଘଣ୍ଟା ବିତିଲାଣି । ଉନ୍ନତମାନର ଚିକିତ୍ସା କରାଯାଉ ନାହିଁ । ସାଧାରଣ ୱାର୍ଡରେ ରଖି କେବଳ ସାଲାଇନ୍ ଦିଆଯାଉଛି । ତାଙ୍କର ଏକାଧିକ ଅଙ୍ଗ ପ୍ରଭାବିତ ହୋଇଥିବାରୁ ଘରକୁ ଫେରାଇ ନେଇଯିବାକୁ ଚାପ ପକାଯାଉଛି । ଏମ୍ସରେ ଯଦି ଉନ୍ନତମାନର ଚିକିତ୍ସା ମିଳିପାରୁନି ତେବେ ପୀଡିତାଙ୍କୁ ଏୟାରଲିପ୍ଟ କରି ଦିଲ୍ଲୀ ଏମ୍ସକୁ ପଠାଯାର । ବିନା ଉନ୍ନତମାନର ଟିକିତ୍ସାରେ ପୀଡିତାଙ୍କ ମୃତୁ୍ୟ ଘଟିଲେ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ରହିବେ । ଜିଲ୍ଲାର ଜଣେ ଦଳିତ ଯୁବତୀ ଜୀବନମରଣ ପାଇଁ ସଂଘର୍ଷ କରୁଥିବା ବେଳେ ଏମ୍ସର ଅବହେଳାକୁ ବରଦାସ୍ତ କରାଯିବ ନାହିଁ । କିଛି ଅଘଟଣ ଘଟିଲେ ଜିଲ୍ଲାର କୌଣସି ଲୋକପ୍ରତିନିଧିଙ୍କୁ ଜିଲ୍ଲାରେ ଚାଲିବାକୁ ଦିଆଯିବ ନାହିଁ । ଅନ୍ୟପକ୍ଷେ ଛାତ୍ରୀଙ୍କ ସହ ଅନ୍ୟ ଏକ ଯୁବକଙ୍କ ଆପରିଜନକ ଭିଡିଓ ଭାଇରାଲ କରିଥିବା ଅଭିଯୁକ୍ତ ତଥା ଏକତରଫା ପ୍ରେମିକ ସତ୍ୟଜିତ ସର୍କାରଙ୍କୁ ନୟାଗଡ ଦଶପଲ୍ଲାରୁ ଓ ଛାତ୍ରୀଙ୍କ ଫଟୋରେ ଥିବା ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟର ସୁରକ୍ଷାକର୍ମୀ ଉଦ୍ଧବ ଗଡନାୟକଙ୍କୁ ପୁଲିସ ଉଠାଇ ଆଣି ତଦନ୍ତ କରୁଛି  । ତଦନ୍ତ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଉମରକୋଟ ଏସ୍ଡିପିଓ ଶୁଭେନ୍ଦୁ ଶବର କହିଛନ୍ତିବ ।
ସୂଚନାଯୋଗ୍ୟ ଯେ, ଛାତ୍ରୀ ଜଣଙ୍କ ଜୟପୁରର ଏକ ଘରୋଇ ନସିଂ କଲେଜରେ ବିଏସ ସି ନର୍ସିଂ ପଢୁଥିଲେ । ଗତ ୧୩ ତାରିଖରେ ସଉଦା କିଣିବାକୁ ଯାଉଥିବା ବେଳେ ଏକତରଫା ପ୍ରେମ କରୁଥିବା ରାଇଘରର ସତ୍ୟଜିତ ଜୟପୁର ରାସ୍ତାରେ ଛାତ୍ରୀଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏହି ଘଟଣାରେ ପୁଲିସ ସତ୍ୟଜିତଙ୍କୁ କୋର୍ଟ ଟାଲାଣ କରିଥିଲା । ବେଲ୍ରେ ଫେରିବା ପରେ ସତ୍ୟଜିତ୍ ପ୍ରତିଶୋଧ ପରାୟଣ ହୋଇ ଛାତ୍ରୀଙ୍କ ଅନ୍ୟ ଏକ ବନ୍ଧୁଙ୍କ ସହିତ ଆପତ୍ତିଜନକ ଫଟୋ ଓ ରିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲେ । ଲୋକଲଜ୍ୟା ସହି ନ ପାରି ଛାତ୍ରୀ ଜଣଙ୍କ ଘାସମରା କୀଟନାଶକ ପିଇ ଦେଇଥିଲେ । ଗତ ୧୭ ତାରିଖରେ ତାଙ୍କୁ ଗୁରୁତର ଅବସ୍ଥାରେ ଛତିଶଗଡ଼ କଣ୍ଡାଗାଁ ପରେ ରାୟପୁରର ଏକ ଘରୋଇ ମେଡିକାଲରେ ଭର୍ତି କରଯାଇଥିଲା । ସେଠାରେ ନିରାଶ ହେବା ପରେ ପରିବାର ଲୋକେ ଘରକୁ ଆଣିଥିଲେ । ଏନେଇ ରାଇଘର ଥାନାରେ ଏତଲା ପରେ ଛାତ୍ରୀଙ୍କ ଚିକିତ୍ସା ପାଇଁ ପୁଲିସ ପକ୍ଷରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରେ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଥିଲା ।