ଅଗ୍ନିକାଣ୍ଡରେ ଜଳିଗଲା କୋଠାଘର 

ଅଗ୍ନିକାଣ୍ଡରେ ଜଳିଗଲା କୋଠାଘର 

ରାଜନଗର : ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ କୃଷ୍ଣପ୍ରିୟାପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି କୋଠାଘର ଜଳିଯାଇଛି । ଏହି ଗ୍ରାମର ବିନୋଦ ମଣ୍ଡଳଙ୍କ କୋଠାଘରେ ଅଗ୍ନିକାଣ୍ଡ ଘଟି ସମସ୍ତ ଆସବାବପତ୍ର ପୋଟି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ପହଞ୍ôଚ ନିଆଁକୁ ଆୟତ କଲା ବେଳକୁ ଘର ଭିତରେ ଥିବା ଧାନ, ଚାଉଳ ସହ ସମସ୍ତ ଆସବାବପତ୍ର ପତ୍ର ପୋଡି ଯାଇଥିଲା । ଏପରିକି କୋଠାଘରର କାନ୍ଥଗୁଡିକ ଫାଟି ଯାଇଛି । ଠାକୁରଙ୍କ ନିକଟରେ ଦିଆଯାଇଥିବା ସଂଜ ଦୀପରେ ପରଦା(ସ୍କିନ) ପଡି ନିଆଁ ଲାଗିଥିବା କୁହାଯାଉଛି । ଖବରପାଇ ରାଜନଗର ତହସିଲଦାର ଅମୀୟକେତନ ସ୍ୱାଇଁ ଓ ଗୁପ୍ତି ରାଜସ୍ୱ ନିରୀକ୍ଷକ ବିଚିତ୍ରାନନ୍ଦ ସାହୁ ପହଂଚି କ୍ଷୟକ୍ଷତି ଆକଳନ କରିବା ସହ ପଲିଥିନ ଯୋଗାଇ ଦେଇଛନ୍ତିି । ଘଟଣାସ୍ଥଳରେ ରାଜନଗର ବିଡିଓ ରବିନାରାୟଣ ଆଚାର୍ଯ୍ୟ ପହଂଚି ବିପନ୍ନ ପରିବାରକୁ ପଞ୍ଚାୟତ ପକ୍ଷରୁ ତିନିଦିନ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତିି ।