ନାଟକ ନିଶା ନୁହେଁ ଆମ ତପସ୍ୟା

 ଜୟପୁର : ଜୟପୁର ସାଂସ୍କୃତିକ ପରିଷଦ ଦ୍ୱାରା ୧୯ ତମ ପଞ୍ଚପଟମାଳି ନାଟକ ମୋହସôବ ଜୀବନ ଏକ ନାଟକ ମଞ୍ଚସ୍ତ ହୋଇଯାଇଛି । ଜଗଦୀଶ ଅଧିକାରୀଙ୍କ ରଚନା ଏବଂ  ନିରଞ୍ଜନ ପାଣିଗ୍ରାହିଙ୍କ ନିଦେ୍ର୍ଦଶନାରେ ହୋଇଥିବା ବେଳେ ନାଟକରେ ଅଂଶ ଗ୍ରହଣ କରିଥିଲେ  ପଞ୍ଚାନନ ମିଶ୍ର, ଯୁଗଳ ସାହୁ, ବିଘ୍ନ ଆଚାର୍ଯ୍ୟ,  ପବିତ୍ର ମଲ୍ଲିକ, ଅଶୋକ ମହାରଣା, ନିରଞ୍ଜନ ପାଣିଗ୍ରାହି, ବିଜୟଲକ୍ଷ୍ମୀ ପାଣିଗ୍ରାହି, ସୁଶ୍ରୀ ସମର୍ପିତା ପାଣିଗ୍ରାହି ଏବଂ ଶିଶୁ କଳାକାର ନିବେଦନ ପାଣିଗ୍ରାହି ଅଭିନୟ କରିଥିବା ବେଳେ ସଂଗୀତରେ ଥିଲେ ଜି ମହେଶ, ରାମନିଗମ ମହାନ୍ତି ଏବଂ ମୁନା ମିଶ୍ର ରହିଥିଲେ । ମଞ୍ଚ ପରିଚାଳନାରେ ଅମର ମିଶ୍ର ସହଯୋଗୀତାରେ ଶିଶିର ଦାଶ ଏବଂ  ଗୋପାଳ ସାମନ୍ତରାୟ ରହିଥିଲେ । ପ୍ରତିକୂଳ ପରିସ୍ଥିତିରେ ଜଣେ ନାଟ୍ୟକାର ନାଟକ ଲେଖିବାର ନିଶାକୁ ନେଇ କିପରି ସଂଘର୍ଷ କରୁଛି ନିଦେ୍ର୍ଦଶକ ତଥା ଅନ୍ୟମାନଙ୍କ ହାତରେ କାଟଛାଟ ହୋଇ ରଚନାଟି କିପରି ବିକଳାଙ୍ଗ ହୋଇଯାଏ ଏବଂ ତାହା ଜଣେ ବିଦଗ୍ଧ ନାଟ୍ୟକାରକୁ କିପରି ସନ୍ତୁଳି ଦିଏ ଏହି କାହାଣୀକୁ ଧରି ନାଟକଟି ଗତିଶୀଳ ହୋଇଥିଲା । ସମସ୍ତ  ଅଭିନେତା ଅଭିନେତ୍ରୀଙ୍କର ଉଦ୍ୟମ ପାଇଁ  ସମଗ୍ର ଜିଲ୍ଲାରେ ନାଟ୍ୟ ଜଗତରେ ଖୁସିରେ ଲହରୀ ଖେଳିଛି । ର୍ନିେଶକ ନିରଞ୍ଜନ ପାଣିଗ୍ରାହି ଏବଂ ଲେଖକ ଜଗଦୀଶ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିବା ବେଳେ ନାଟକ ପାଇଁ ସମସ୍ତ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା